ପାକିସ୍ତାନରେ ସେନା ଅସୁରକ୍ଷିତ । କାରଣ ସପ୍ତାହ ଭିତରେ ୨୫ଶହ ଯବାନ ସେନା ଛାଡ଼ିଲେଣି । ପାକିସ୍ତାନର ଏବେ ସ୍ଥିତି ଖରାପ ହୋଇପଡ଼ିଥିବା ବେଳେ ସେନା ନିଜକୁ ଅସୁରକ୍ଷିତ ମନେ କରି ଇସ୍ତଫା ଦେଉଛନ୍ତି । ଏବେ ଲଗାତାର ଭାବେ ବାଲୁଚି ବିଦ୍ରୋହୀ ପାକିସ୍ତାନ ସେନା ଉପରେ ଲଗାତାର ଆକ୍ରମଣ କରିବାରେ ଲାଗିଛି । ମାର୍ଚ୍ଚ ୧୧ରେ ପରଠାରୁ ଦେଶରେ ସୈନ ନିଜକୁ ସୁରକ୍ଷିତ ମନେ କରୁନି ।
ବିଏଲଏ ଟ୍ରେନ ହାଇଜାକ କରି ପାକିସ୍ତାନ ସେନାକୁ ନିଜ କବଜାରେ ବନ୍ଧକ ରଖି ହତ୍ୟା କରିବା ଘଟଣା ସାରା ଦେଶକୁ ଦୋହଲାଇଦେଇଛି । ଏହି ଘଟଣା ପରେ ପାକିସ୍ତାନର ସୁରକ୍ଷା ପ୍ରତି ଏବେ ବଡ଼ ବିପଦ ସୃଷ୍ଟି ହୋଇଛି । ସୈନ ମାନେ ନିଜକୁ ଅସୁରକ୍ଷିତ ମନେ କରି ଇସ୍ତଫା ଦେଉଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବିକ, ସପ୍ତାହକରେ ୨୫ଶହ ସୈନଙ୍କ ଇସ୍ତଫା ପାକିସ୍ତାନର ଚିନ୍ତା ବଢାଇଛି ।
ପାକିସ୍ତାନୀ ସେନା ଛାଡିଥିବା ଅଧିକାଂଶ ସୈନିକ ସାଉଦି ଆରବ, କତାର, କୁଏତ ଏବଂ ୟୁଏଇରେ ଶ୍ରମିକ ଭାବରେ କାମ କରିବାକୁ ଯାଇଛନ୍ତି । ଦେଶର ବର୍ତ୍ତମାନର ପରିସ୍ଥିତିକୁ ଦେଖି, ସେ ଏପରି କରିବାକୁ ଉଚିତ୍ ମନେ କରୁଛନ୍ତି । କାରଣ ସାମ୍ପ୍ରତିକ ସମୟରେ ପାକ୍ ସେନାରେ ଅସ୍ଥିରତା ବହୁ ପରିମାଣରେ ବୃଦ୍ଧି ପାଇଥିବାରୁ ସେମାନେ ସେନାରେ ନିଜ ଜୀବନକୁ ବିପଦରେ ପକାଇବା ଅପେକ୍ଷା ବଞ୍ଚିବା ପାଇଁ ରାସ୍ତା ବାଛିଛନ୍ତି । ତେବେ ଦେଶରେ ଏକାବେଳକେ ଏତେ ସଂଖ୍ୟକ ସୈନ୍ୟ ଇସ୍ତଫା ଦେବା ଘଟଣା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଯଦି ଖୁବଶୀଘ୍ର ଏହାର ସମାଧାନ ନ ହେବ, ତେବେ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ । ଆଗାମୀ ଦିନରେ ପାକିସ୍ତାନକୁ କେବଳ ଯେ ଆଭ୍ୟନ୍ତରୀଣ ଦ୍ୱନ୍ଦର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବରଂ ଏହା ଆନ୍ତଜାର୍ତୀୟ ସ୍ତରରେ ମଧ୍ୟ ପ୍ରଭାବ ପକାଇବ।