ନୂଆଦିଲ୍ଲୀ: ଗୃହରେ ତିନି ଦିନିଆ ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହୋଇ ଯାଇଛି। କେନ୍ଦ୍ର ସରକାର ଗୁରୁବାର ଲୋକସଭାରେ ତିନି ସଂଶୋଧନ ବିଧେୟକ ଉପସ୍ଥାପନ କରିଛନ୍ତି। ଏଥିରୁ ମହିଳା ସଂରକ୍ଷଣ ବିଧେୟକ ଉପରେ ଗୁରୁବାର ସଂସଦରେ ଜୋରଦାର ବିତର୍କ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଂରକ୍ଷଣ ବିଧେୟକ ଉପରେ ସମସ୍ତ ବିରୋଧୀ ଦଳକୁ ଏକାଠି ଆସିବାକୁ ନିବେଦନ କରିଛନ୍ତି। ଏହା ସହିତ ଆଜି ଲୋକସଭାରେ ପିଏମ ମୋଦୀଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାକୁ ରାଜନୀତିକରଣ କରିବାର କୌଣସି ଆବଶ୍ୟକତା ନାହିଁ। ଆମେ ଏପରି ଲୋକଙ୍କ ବିଷୟରେ ଆଲୋଚନା ଶୁଣିଛୁ ଯେଉଁମାନେ ପଞ୍ଚାୟତରେ ସଂରକ୍ଷଣ ଦେବାକୁ ସହଜରେ ପ୍ରସ୍ତାବ ଦିଅନ୍ତି କାରଣ ସେମାନେ ନିଜର ପଦବୀ ହରାଇବାକୁ ଭୟ କରନ୍ତି ନାହିଁ। ଆଜି ପୂର୍ବରୁ, ଯେଉଁମାନେ ପ୍ରତିବାଦ କରିଥିଲେ ସେମାନେ ରାଜନୀତିରେ ରସାତଳଗାମୀ ହୋଇଛନ୍ତି।
ମିଶିକି ବିଧେୟକ ଗୃହୀତ କରନ୍ତୁ
ପିଏମ ମୋଦୀ କହିଛନ୍ତି, ଦେଶର ଅଧା ଜନସଂଖ୍ୟାକୁ ସଂସଦକୁ ଆସିବାରେ ଅଟକାଇବା ଉଚିତ୍ ନୁହେଁ।ସେ କିମ୍ବା ତାଙ୍କ ଦଳ ମହିଳା ସଂରକ୍ଷଣ ବିଧେୟକ ଉପରେ ରାଜନୈତିକ ଶ୍ରେୟ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ ସମସ୍ତ ଦଳକୁ ଅପିଲ କରୁଛି ଯେ, ମିଶିକି ଏହି ବିଧେୟକକୁ ଗୃହୀତ କରାନ୍ତୁ।
ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆପଣ ଚାହିଁଲେ ଏହାର ଶ୍ରେୟ ନିଅନ୍ତୁ, ଗୃହରେ ଏହି ଗୁରୁତ୍ଵପୂର୍ଣ୍ଣ ବିଧେୟକ ପାରିତ କରାନ୍ତୁ। ବିରୋଧୀଙ୍କୁ ଗୃହରେ ସର୍ବଦା ଆକ୍ଷେପ କରୁଥିବା ପିଏମ ମୋଦୀ ଆଜି ବିରୋଧୀ ନେତାଙ୍କୁ ମହିଳା ସଂରକ୍ଷଣ ବିଧେୟକ ଅଟକାଇବାର ଭୁଲ୍ ନ କରିବାକୁ ଆହ୍ଵାନ କରିଛନ୍ତି।
ବ୍ଲାଙ୍କ ଚେକ୍ ଦେବାକୁ ପ୍ରସ୍ତୁତ
ପିଏମ ମୋଦୀ ବିରୋଧୀ ଦଳକୁ ନିବେଦନ କରି କହିଛନ୍ତି, ମୁଁ ଆପଣଙ୍କୁ ବ୍ଲାଙ୍କ ଚେକ୍ ଦେଉଛି। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କୁ ଶ୍ରେୟ ମିଳିବା ଉଚିତ୍ ତେବେ ସରକାରୀ ଅର୍ଥରେ ଆପଣ ସମସ୍ତଙ୍କ ଫଟୋ ବିଜ୍ଞାପନରେ ଛାପିବାକୁ ପ୍ରସ୍ତୁତ। ଆପଣ ଯାହା ଯାହାଙ୍କ ଫଟୋ ଦେବେ ଆମେ ସମସ୍ତଙ୍କ ଫଟୋ ସରକାରୀ ଖର୍ଚ୍ଚରେ ବିଜ୍ଞାପନ ଲଗାଇବୁ। ଏହା ବଦଳରେ ଏହି ବିଧେୟକକୁ ସଂସଦରେ ପାରିତ କରିବାରେ ସାହାଯ୍ୟ କରନ୍ତୁ ବୋଲି ପିଏମ ମୋଦୀ ଅପିଲ୍ କରିଛନ୍ତି।
ସୀମା ନିର୍ଦ୍ଧାରଣରେ ହେବନି ଭେଦଭାବ
ପିଏମ ମୋଦୀ କହିଛନ୍ତି, ସୀମା ନିର୍ଦ୍ଧାରଣରେ କୌଣସି ରାଜ୍ୟ ସହିତ ଭେଦଭାବ କରାଯିବ ନାହିଁ। ଏହା ମୋର ଗ୍ୟାରେଣ୍ଟି। ଯଦି ଆପଣ ପ୍ରତିଶ୍ରୁତି ଚାହୁଁଛନ୍ତି ତେବେ ଏହା ମୋର ପ୍ରତିଶ୍ରୁତି। କଦାପି ସୀମା ନିର୍ଦ୍ଧାରଣରେ କୌଣସି ରାଜ୍ୟ ସହ ଭେଦଭାବ ହେବ ନାହିଁ। ତାଙ୍କ ପୂର୍ବରୁ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇଛନ୍ତି।
ଅଧିକ ପଢ଼ନ୍ତୁ:- ସମାଜବାଦୀ ସବୁ ଟିକେଟ୍ ମୁସଲିମ୍ ମହିଳାଙ୍କୁ ଦେଇ ଦେଉ ଆମର ଆପତ୍ତି ନାହିଁ: ଅମିତ ଶାହ