କୁର୍ଣ୍ଣୁଲ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ମନ୍ତ୍ରାଳୟମ ମଣ୍ଡଳର ଚିଲାକାଲାଡୋନା ନିକଟରେ ଏକ ବୋଲେରୋ ସହିତ ଅନ୍ୟ ଏକ ଭାରୀ ଯାନ ଧକ୍କା ହୋଇଛି। ଏହି ଦୁର୍ଘଟଣା ପରେ ଅତି କମରେ ଆଠ ଜଣ ପ୍ରାଣ ହରାଇଛନ୍ତି। ପୁଲିସ ଅଧିକାରୀଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ ପ୍ରାୟ ୧୦ରୁ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଏମିଗାନୁରସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
ପ୍ରାଥମିକ ସୂଚନା ଅନୁଯାୟୀ ମୃତକମାନେ କର୍ଣ୍ଣାଟକର ଚିକ୍କାମାଗାଲୁରୁ ଅଞ୍ଚଳର ତୀର୍ଥଯାତ୍ରୀ ଥିଲେ। ଏମାନେ ମନ୍ତ୍ରାଳୟମ ମନ୍ଦିର ଦର୍ଶନ କରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ପରେ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି।
ପରିବହନ ମନ୍ତ୍ରୀ ମଣ୍ଡିପାଲି ରାମପ୍ରସାଦ ରେଡ୍ଡୀ ଏହି ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ପାଇବାକୁ ସୁନିଶ୍ଚିତ କରିବା ପାଇଁ ରେଡ୍ଡୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ହର୍ମୁଜ ଅବରୋଧ ମଧ୍ୟରେ ଆମେରିକାର ଅର୍ଥ ସଚିବ କଲେ ଚିନ୍ତାଜନକ ଘୋଷଣା...