ଭୁବନେଶ୍ୱର: ଆଜିଠୁ ଡିଜିଟାଲ୍ ଜନଗଣନା ଆରମ୍ଭ। ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଡିଜିଟାଲ୍ ଜନଗଣନା। ତେବେ ଏହି ଗଣନାରେ ୯୦ ହଜାର ୨୦୦ ଅଧିକାରୀ ଘର ଘର ବୁଲି ଜନଗଣନା କରିବେ। ପ୍ରତି ଜନଗଣନା ଅଧିକାରୀ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ୧୫,୧୪୦ ସୁପରଭାଇଜର୍ ନିଯୁକ୍ତ ହୋଇଛନ୍ତି। ଜଣେ ଅଧିକାରୀଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ନିର୍ଦେଶ ଦିଆଯାଇଛି। ଅଧିକାରୀ ଘର ଗଣିବା ସହ ନମ୍ବରିଂ କରିବେ ଓ ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ କରିବେ।
ପ୍ରଥମ ଥର ଜନଗଣନା କାର୍ଯ୍ୟକୁ ଡିଜିଟାଲ ପ୍ରକ୍ରିୟାରେ କରାଯାଉଛି। ଯେ କୌଣସି ବ୍ୟକ୍ତି ସେନ୍ସସ୍ ପୋର୍ଟାଲରେ ଲଗ୍ ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ଼ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି । ଯଦିଓ ଜନଗଣନା ଦେଶରେ ପ୍ରତି ୧୦ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେବା କଥା, ମାତ୍ର ଏହା ୨୦୧୧ ମସିହା ପରେ ପ୍ରାୟ ୧୫ ବର୍ଷ ବ୍ୟବଧାନ ପରେ ଜନଗଣନା ହେଉଥିବାରୁ, ଦେଶର ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପ୍ରଦାନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ଜଣ ଗଣନାରେ ଜିଲ୍ଲାପାଳ ଓ ମହାନଗର ନିଗମର କମିସନରମାନେ ପ୍ରମୁଖ ଜନଗଣନା ଅଧିକାରୀ ରହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହ ଜିଲ୍ଲାପାଳଙ୍କ ଅଧୀନରେ ପ୍ରତ୍ୟେକ ତହସିଲଦାର ଓ ବୈଧାନିକ ସହରଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଏବଂ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦିଆଯାଇଛି।
ଅଧିକ ପଢନ୍ତୁ ; ସକାଳୁ କୋହଲା ପାଗ , ଦିନ ବେଳା ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ