ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ତଥା ପ୍ରସିଦ୍ଧ ଅଭିନେତ୍ରୀ କଙ୍ଗନା ରଣାୱତ କେନ୍ଦ୍ର କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ସୁପ୍ରିମୋ ଚିରାଗ ପାସୱାନ ସହ ସମ୍ବନ୍ଧକୁ ନେଇ କଳ୍ପନା ଜଳ୍ପନାକୁ ଖାରଜ କରିଛନ୍ତି । ଏଏନଆଇ ସହିତ ଏକ ପୋଡକାଷ୍ଟ ସାକ୍ଷାତକାରରେ ସେ ଏହି ବିଷୟରେ ଖୋଲାଖୋଲି ନିଜର ମତ ରଖିଛନ୍ତି । କଙ୍ଗନା କହିଛନ୍ତି, ମୁଁ ଚିରାଗ ପାସୱାନଙ୍କୁ ଗତ ୧୦ ବର୍ଷ ଧରି ଜାଣିଛି । ଯଦି ଆମ ଭିତରେ ରୋମାନ୍ସ ହୋଇଥାନ୍ତା ତେବେ ଆମର ପିଲାଛୁଆ ହୋଇ ସାରନ୍ତାଣି ।
ଏହି ସାକ୍ଷାତକାରରେ ସେ ରାହୁଲ ଗାନ୍ଧୀଙ୍କ ବିଷୟରେ ମଧ୍ୟ କହିଛନ୍ତି । କଙ୍ଗନା ତାତ୍ସଲ୍ୟ କରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ମୁଣ୍ଡ ଉପରେ ଅକାରଣେ ମୁକୁଟ ପିନ୍ଧା ଯାଇ ପାରିବନି, ଯାହାର ସେ ହକଦାର ନାହାନ୍ତି । ଏହି ସମୟରେ ସେ ପିଏମ ମୋଦୀଙ୍କ ଖୁବ ପ୍ରଶଂସା କରିଛନ୍ତି । ମହିଳା ସଂରକ୍ଷଣ ବିଧେୟକ ଉପରେ ସେ କହିଛନ୍ତି, ପିଏମ ମୋଦୀଙ୍କ ବ୍ୟକ୍ତିତ୍ୱ ସମାନତା ଉପରେ ଆଧାରିତ । ନିର୍ବାଚନ ଜିତିବା ପାଇଁ ସେ ମହିଳା ଭୋଟରଙ୍କୁ ଖୁସି କରିବାକୁ ଚାହିଁବେ ନାହିଁ ।
ସୂଚନାଯୋଗ୍ୟ, କଙ୍ଗନା ଓ ଚିରାଗ ୨୦୨୪ ଲୋକସଭା ନିର୍ବାଚନ ଜିତି ସଭିଙ୍କ ଧ୍ୟାନ ଆକର୍ଷିତ କରିଥିଲେ । କଙ୍ଗନା ସର୍ବଦା ନିଜର ନିର୍ଭୀକ ବୟାନ ପାଇଁ ଜଣାଶୁଣା । ଏହା ସହିତ ସେ ବିବାଦୀୟ ମନ୍ତବ୍ୟ ଦେଇ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ହେଲେ ବିଜେପିର ସାଂସଦ ହେବା ପରଠୁ ତାଙ୍କ ଏମିତି ଆଭିମୁଖ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ହେଲେ ସେ ରାହୁଲଙ୍କୁ ନେଇ ସର୍ବଦା ସମାଲୋଚନା କରି ଆସିଛନ୍ତି ।
Also read: ଆଜିଠୁ ଡିଜିଟାଲ ଜନଗଣନା ଆରମ୍ଭ ; ଅଧିକାରୀ ଘର ନମ୍ବରିଂ କରିବା ସହ ପଚାରିବେ ୩୩ଟି ପ୍ରଶ୍ନ