ଚଳନ୍ତା କାରରେ ଲାଗିଲା ନିଆଁ,ଜୀବନ୍ତ ଦଗ୍ଧ ହୋଇଗଲେ ଜଣେ ୩୯ ବର୍ଷୀୟ ଡ଼ାକ୍ତର
Khabar Odisha:hyderabad-a-39-year-old-doctor-died-after-his-car-caught-fire-ntc-
ହାଇଦ୍ରାବାଦ୍‌,ସେପ୍ଟେମ୍ବର 19(ଖବର ଓଡ଼ିଶା):

ଚଳନ୍ତା କାରରେ ନିଆଁ ଲାଗିବା କାରଣରୁ ଭିତରେ ଫସିଥିବା ଜଣେ ୩୯ ବର୍ଷୀୟ ଡ଼ାକ୍ତରଙ୍କ ମୃତ୍ୟୁ ହୋଇଛି । ଡ଼ାକ୍ତର ଜଣକ ଯଶୋଦା ହସ୍ପିଟାଲରେ ଆର୍ଥୋପେଡ଼ିକ୍ ଡ଼ାକ୍ତର ଭାବେ କାର‌୍ୟ୍ୟ କରୁଥିଲେ । ଏପରି ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦ୍‌ର ଶ୍ୟାମସାବାଦ୍ ଅଚଂଳ ନିକଟରେ । ମୃତ ଡ଼ାକ୍ତରଙ୍କ ନାଁ ହେଉଛି ନିଲପତି ସୁଧୀର । ତାଙ୍କ ଘର ଆନ୍ଧ୍ରପ୍ରଦେଶରେ ହୋଇଥିବା ବେଳେ ସେ ହାଇଦ୍ରାବାଦର କେପିଏଚବି କଲୋନୀରେ ଦୀର୍ଘଦିନ ହେବ ରହିଆସୁଥିଲେ । 

ସୁଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଡ଼ାକ୍ତର ଜଣଙ୍କ କୌଣସି କାମରେ ବାହାରକୁ କାର ନେଇ ଯାଇଥିବା ବେଳେ ହଠାତ୍ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । କିନ୍ତୁ ଏହି କାର ଭିତରେ ହିଁ ଫସିଯାଇଥିଲେ ଡ଼ାକ୍ତର । ଯାହାଫଳରେ ଘଟଣାସ୍ଥଳରେ ହିଁ ଜୀବନ୍ତ ଦଗ୍ଧ ହୋଇଗଲେ ଡ଼ାକ୍ତର ନିଲପତି ସୁଧୀର । 

ଏହି ଘଟଣା ବାବଦରେ ପୋଲିସ ଖବର ପାଇ ଅଗ୍ନିଶମ ବାହିନୀକୁ ଖବରକୁ ଦେଇଥିଲା । ପରେ ଉଦ୍ଧାର କାର‌୍ୟ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଡ଼ାକ୍ତରଙ୍କୁ ମରଣ ମୁହଁରୁ ରକ୍ଷା କରିବାରେ ସେମାନେ ବିଫଳ ହୋଇଥିଲେ।  ତେବେ ଡାକ୍ତରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳି ଯାଇଛି ।

  • Tags:

Subscribe

National International State Sports Entertainment