ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶରେ ପାରାଗ୍ଲାଇଡିଂକୁ ନେଇ ଦୁଃଖଦ ଖବର ସାମ୍ନାକୁ ଆସିଛି । ପାାରାଗ୍ଲାଇଡିଂ ଦୁର୍ଘଟଣାରେ ଦୁଇ ଦିନରେ ୨ଜଣ ପର୍ଯ୍ୟଟକଙ୍କ ମୃତୁ୍ୟ ଘଟିଛି, ଯାହା ଚିନ୍ତାର କାରଣ ପାଲଟିଛି ।
ଗୁରୁବାର ଧର୍ମଶାଳା ନିକଟ ଇନ୍ଦୁନାଗ ଠାରେ ଡଡ଼ାଣ ଭରିଥିବା ବେଳେ ଗୁଜୁରାଟ ଜଣେ ପର୍ଯ୍ୟଟକଙ୍କ ମୃତୁ୍ୟ ଘଟିଛି । ସେହିପରି ତାମିଲନାଡୁର ଆଉ ଜଣେ ପର୍ଯ୍ୟଟକ କୁଲୁ ନିକଟରେ ପାରାଗ୍ଲାଇଡିଂରୁ ଖସି ମୃତୁ୍ୟ ବରଣ କରିଛନ୍ତି ।
ସୂଚନା ମୁତାବିକ ୧୭ ତାରିଖରେ କୁଲୁ ଜିଲ୍ଲାରେ ୨ଟି ପାରାଗ୍ଲାଇଡିଂ ଧକ୍କା ହେବା ଫଳରେ ତାମିଲନାଡୁର ଜଣେ ପର୍ଯ୍ୟଟକଙ୍କ ମୃତୁ୍ୟ ଘଟିଥିଲା । ସେହିପରି ପାଇଲଟ ଗମ୍ଭୀର ଭାବେ ଆହତ ହୋଇଥିଲେ ।
ପ୍ରଥମ ଦୁର୍ଘଟଣାର ଦିନକ ପରେ ଅର୍ଥାତ୍ ୧୮ ତାରିଖରେ କାଙ୍ଗଡା ଜିଲ୍ଲାର ଧର୍ମଶାଳାରେ ପାରାଗ୍ଲାଇଡିଂରେ ଉଡାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ଏହା ପାଇଲଟ ଦ୍ୱାରା ଦୁର୍ଘଟଣାଗସ୍ତ ହୋଇଥିଲା । ଯାହାଫଳରେ ପାରାଗ୍ଲାଇଡିଂରୁ ଖସି ପଡି ୧୯ ବର୍ଷୀୟ ଯୁବତୀଙ୍କ ମୃତୁ୍ୟ ହୋଇଥିବା ବେଳେ ପାଇଲଟ ଆହତ ହୋଇଛନ୍ତି । ଏଇ ୨ ଦୁର୍ଘଟଣାକୁ ମିଶାଇ ଚଳିତମାସ ହିମାଚଳ ପ୍ରଦେଶରେ ପାରାଗ୍ଲାଇଡିଂ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲାଣି ।