କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ କିମ୍ବା ବିଧାୟକଙ୍କ ଦରମା ଦ୍ୱିଗୁଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ସିଦ୍ଧରମୈୟା ସରକାର ବିଧାନସଭାର ଦରମା, ପେନସନ ଏବଂ ଭତ୍ତା (ସଂଶୋଧନ) ଆଇନ, ୨୦୨୫ ବିଲ ଆଣିଥିଲେ, ଯାହାକୁ ବିଧାନସଭାରେ ଗୃହୀତ କରାଯାଇଛି। ଏହା ସହିତ, ସରକାରୀ ଟେଣ୍ଡରରେ ମୁସଲିମ ଠିକାଦାରମାନଙ୍କୁ ଚାରି ପ୍ରତିଶତ ସଂରକ୍ଷଣ ଦେବା ବିଲ ମଧ୍ୟ ବିଧାନସଭାରେ ଗୃହୀତ ହୋଇଛି ।
କର୍ଣ୍ଣାଟକ ବିଧାନସଭାରେ ଗୃହମନ୍ତ୍ରୀ ଜି,ପରମେଶ୍ୱର ବଢୁଥିବା ବଜାର ଦରକୁ ନଜର କରି ବିଧାୟକମାନଙ୍କ ଦରମା ବୃଦ୍ଧି କରିବାକୁ ବିଧାନସଭାରେ ଏକ ପ୍ରସ୍ତାବ ଆଣିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବିଚାର ବିମର୍ଷ କରି ବିଧାୟକମାନଙ୍କ ଦରମା ଦୁଇଗୁଣା କରିଛନ୍ତି ।
ମହଙ୍ଗାମାଡ ନେଇ ବିଧାନସଭାରେ ଦରମା ବଢାଇବାକୁ ଦାବି କରୁଥିବା କର୍ଣ୍ଣାଟକର ବିଧାୟକମାନଙ୍କ ସମ୍ପତ୍ତି ଉପରେ ଏକ ରିପୋର୍ଟ ଏଡିଆର୍ ଦେଇଛି । ଏହି ରିପୋର୍ଟ ମୁତାବକ କର୍ଣ୍ଣାଟକର ୧୦୦ ଜଣ ବିଧାୟକ ଏଭଳି ଅଛନ୍ତି ଯେଉଁମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି ୧୦୦ କୋଟିରୁ ଅଧିକ ରହିଛି । ଅର୍ଥାତ ୧୦୦ ଜଣ ବିଧାୟକଙ୍କ ମଧ୍ୟରେ ପ୍ରତି ବିଧାୟକଙ୍କ ପାଖରେ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ଏହାସହ ଦେଶର ସର୍ବାଧିକ ଧନୀ ବିଧାୟକଙ୍କ ମଧ୍ୟରୁ ୪ ଜଣ ବିଧାୟକ କର୍ଣ୍ଣାଟକ ବିଧାନସଭାରେ ରହିଛନ୍ତି । ସେହିଭଳି କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ମୋଟ ସମ୍ପତ୍ତି ୧୪୧୩ କୋଟି ସହ ସେ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଧନୀ ବିଧାୟକ । ଏହା ସ୍ୱତେ ସେମାନଙ୍କ ଦରମା ୨ ଗୁଣା କରାଯିବା ପାଇଁ କର୍ଣ୍ଣାଟକ ସରକାର ବିଲ୍ ପାସ୍ କରିଛନ୍ତି।