ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଏକ ନମ୍ବର ଗେଟ୍ ନିକଟରେ ହୋଇଥିବା କାର୍ ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ଏହା ପରେ ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚାଙ୍କର ପ୍ରଥମ ପ୍ରତିକ୍ରିୟା ଆସିଛି । ପୋଲିସ କମିଶନରଙ୍କ ସୂଚନା ମୁତାବକ, ସୋମବାର ସନ୍ଧ୍ୟା ପ୍ରାୟ ୬ଟା ବାଜି ୫୨ ମିନିଟ୍ ସମୟରେ ଧିରେ ଧିରେ ଯାଉଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ନିକଟରେ ଥିବା କିଛି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ସମସ୍ତ ତଦନ୍ତକାରୀ ଅଧିକାରୀ, ଏଫ୍ଏସ୍ଏଲ୍, ଏନଆଇଏ ଏବଂ ପୋଲିସ ଅଧିକାରୀ ଦଳ ପହଁଚିଛନ୍ତି । ବିସ୍ଫୋରଣରେ କିଛି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କିଛି ଗୁରୁତର ହୋଇଛନ୍ତି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଦିଲ୍ଲା ପୋଲିସ କମିଶନରଙ୍କ ସହିତ ଫୋନ୍ ମାଧ୍ୟମରେ ବିସ୍ଫୋରଣ ସମ୍ପର୍କରେ କଥା ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:- ବିସ୍ଫୋରଣରେ କମ୍ପିଲା ଲାଲକିଲ୍ଲା: ଉତ୍ତର ପ୍ରଦେଶ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରି
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଲୋଚନା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ଏନଆଇଏ ଡିଜିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।