ନୂଆଦିଲ୍ଲୀ: ଦିବଙ୍ଗତ ବରିଷ୍ଠ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ସଂସଦ ଗୃହରେ ଶୋକ ପାଳନ କରାଯାଇଛି । ଲୋକସଭାରେ ନୀରବ ପ୍ରାର୍ଥନା କରାଯାଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ ମାର୍ଚ୍ଚ ୧୭, ୨୦୨୫ରେ ୮୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ସେ ଓଡ଼ିଶାର ଦେବଗଡ଼ ଲୋକସଭା ଆସନରୁ ୧୨ତମ ଏବଂ ୧୩ତମ ଲୋକସଭା ସଦସ୍ୟଥିଲେ । ଭୂତଳ ପରିବହନ ଏବଂ କୃଷି ମନ୍ତ୍ରଣାଳୟର କେନ୍ଦ୍ରୀ ରାଷ୍ଟ୍ର ମନ୍ତ୍ରୀ ଭାବେରେ ଦାୟିତ୍ୱ ତୁଲାଇଛନ୍ତି । ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପାଳନ କରାଯିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ନୀରବ ପ୍ରାର୍ଥନା କରାଯାଇଛି ।