ନୂଆଦିଲ୍ଲୀ: ଏପ୍ରିଲ ୧୪ ତାରିଖକୁ ଦେଶବ୍ୟାପୀ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି । ବି.ଆର ଅମ୍ବେଦକରଙ୍କ ଜୟନ୍ତୀ ପାଇଁ ଏହି ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତେବେ ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ଘୋଷଣା କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି, ସମ୍ବିଧାନର ପ୍ରତିଷ୍ଠାତା ଯିଏ ସମାଜରେ ସମାନତାର ଏକ ନୂଆ ଯୁଗ ପ୍ରତିଷ୍ଠା କରିଥିଲେ, ସେ ହେଉଛନ୍ତି ସମ୍ମାନିତ ବାବା ସାହେବ ଡକ୍ଟର ଭୀମରାଓ ଅମ୍ବେଦକରୀ । ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ଦେଶର ପ୍ରଧାମନ୍ତ୍ରୀ ସମ୍ମାନ ଜଣାଇ ସେଦିନକୁ ଜାତୀୟ ଛୁଟି ଭାବେ ଘୋଷଣା କରାଯାଇଛି । ଏପ୍ରିଲ ୧୪ରେ ସାରା ଦେଶର ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ସମେତ କେନ୍ଦ୍ରର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।