ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣକାରୀ ସଂଗଠନ(ଇସ୍ରୋ)ର କମାଲ । ଇସ୍ରୋ ନିଜର ୩୦୦ ଏମଏନ(ମିଲି ନ୍ୟୁଟନ) ଷ୍ଟେସନାରୀ ପ୍ଲାଜମା ଥ୍ରଷ୍ଟରରେ ୧୦୦୦ ଘଣ୍ଟାର ଜୀବନକାଳ ପରୀକ୍ଷଣ ସଫଳତାପୂର୍ବକ ପୂରା ହୋଇଛି । ଶନିବାର ଏହାର ଘୋଷଣା କରିଛି ଇସ୍ରୋ । ଏହ ଥ୍ରଷ୍ଟର ଉପଗ୍ରହକୁ ବିଦ୍ୟୁତ ପ୍ରଣୋଦନ ପ୍ରଣାଳୀରେ ସାମିଲ କରିବା ପାଇଁ ବିକଶିତ କରାଯାଇଛି । ଏଥିରେ ସଞ୍ଚାର ଉପଗ୍ରହର ମାର୍ଗ ପ୍ରଶସ୍ତ କରିବ । ଏହା କକ୍ଷ ପଥରେ ପରିକ୍ରମା ସମେତ ଅନ୍ୟ କାର୍ଯ୍ୟ ପାଇଁ ବିଦ୍ୟୁତ ପ୍ରଣାଦନ ପଣାଳୀର ଉପଯୋଗ କରିବ ।
ଇସ୍ରୋ କହିଛି ଯେ, ଏହି ଥ୍ରୋଷ୍ଟର ସାମିଲ ହେଲେ ଇସ୍ରୋର ଅନେକ ମିଶନରେ ବ୍ୟାପକ ପରିମାଣର ଅର୍ଥ ସଞ୍ଚୟ ହୋଇ ପାରିବ । ଏଥିରେ ସଞ୍ଚାର ଉପଗ୍ରହର ଟ୍ରାନ୍ସପୋଣ୍ଡର କ୍ଷମତାକୁ ବଢାଇବାରେ ସହାୟକ ହେବ । ଏହି ଥ୍ରଷ୍ଟରରେ ପ୍ରଣୋଦକ ଭାରେ ରାସାୟିକ ତତ୍ୱ ଜେନନର ଉପଯେ।।ଗ କରାଯାଇଛି ।
ଇସ୍ରୋ କହିଛି ଯେ, ଏହି ପରୀକ୍ଷଣ ୪.୫ କିଲୋମିଟର ଉଚ୍ଚରେ ସେହି କକ୍ଷରେ କରାଯାଇଛି ଯେଉଁଠି ଅନ୍ତରୀକ୍ଷ ସ୍ଥିତି ଅନୁସାରେ ସାଟେଲାଇଟ୍ କାମ କରିଥାଏ । ପରୀକ୍ଷଣ ସମୟରେ ଇଲେକ୍ଟ୍ରୋଡ ଲାଇନର କ୍ଷରଣକୁ ସମୟ ସମୟରେ ନୀରିକ୍ଷଣ କରାଯାଇଥିଲା । ଏବେ ଉପଗ୍ରହକୁ ଅନ୍ତରୀକ୍ଷରେ ନିଜର କକ୍ଷ ପଥରେ ଅବସ୍ଥାପିତ କରିବାରେ ଥ୍ରଷ୍ଟର ଇସ୍ରୋ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ