ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟସ୍ଙ୍କ ମଧ୍ୟରେ ଅନେକ ଆଲୋଚନା ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ବ୍ୟବହାରଠୁ ନେଇ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରିଛନ୍ତି ମୋଦି ଓ ବିଲ୍ ଗେଟସ୍। ବିଶେଷ ଭାବେ AIର ଫାଇଦା ବିଲ୍ ଗେଟସଙ୍କୁ ପ୍ରଧାନମନ୍ତ୍ରୀ ବୁଝାଇଛନ୍ତି। କିପରି ଭାବେ ଦକ୍ଷତା ବଢ଼ାଇବା ସହ ତୁରନ୍ତ କାମ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସର ପ୍ରୟୋଗର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଆଜିକାଲି ଅନେକ ବ୍ଯକ୍ତିଙ୍କର ଫଟୋ ଏବଂ ଭିଡିଓ ଡିପ୍ ଫେକ୍ ର ଶିକାର ହେଉଛନ୍ତି। ତେବେ ଡିପ୍ ଫେକ୍ ଭଳି ଅପରାଧରୁ ବଞ୍ଚିବାର ଉପାୟ ଓ ଏହା ସମାଜ ଉପରେ କେତେ ଖରାପ ପ୍ରଭାବ ପଡୁଛି ତାହାକୁ ବିସ୍ତୃତ ଭାବେ ବୁଝାଇଥିଲେ ପ୍ରଧାନମନ୍ତ୍ରୀ। ଡିପଫେକ୍ ଭଳି ସମସ୍ୟାକୁ ରୋକିବା ପାଇଁ AI ଚାଳିତ କଣ୍ଟେଣ୍ଟରେ ୱାଟରମାର୍କର ବ୍ୟବହାର କଲେ ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇଛନ୍ତି।