ରାୟପୁର, ଛତିଶଗଡ଼ ଜଶପୁରରେ ଏକ ଘରୋଇ ଚାଟାର୍ଡ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଉଚ୍ଚ ପାହାଡ଼ରେ ଗଛରେ ବିମାନ ପିଟି ହେବାରୁ ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ନାରାୟଣପୁର ଥାନା ଅଧିନସ୍ଥ ଆରା ପାହାଡ଼ରେ ଚାଟାର୍ଡ୍ ବିମାନଟି ପିଟି ହୋଇଥିଲା । ଭୂମିରୁ ପ୍ରାୟ ୩୦ ଫୁଟ ଉଚ୍ଚରେ ବିମାନଟି ଉଡ଼ୁଥିବାବେଳେ ଦୁର୍ଘଟଣାର ଶୀକାର ହୋଇଛି । ଏକ ଗଛକୁ ବିମାନ ଧକ୍କା ଦେଇ ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ତେବେ ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ଦୁର୍ଘଟଣା ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ପ୍ରଦାନ କରାଯାଇନାହିଁ ।