ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ରିଫାଇନାରୀରେ ମାତ୍ର ୨୪ ଘଣ୍ଟା ପୂର୍ବରୁ ଭୀଷଣ ଅଗ୍ନିକାଣ୍ଡ ହୋଇଛି । ରାଜସ୍ଥାନରେ ନିର୍ମିତ ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ହୋଇଛି । ଫଳରେ ପ୍ରବଳ କଳା ଧୂଆଁ ଆକାଶକୁ ଉଠିଛି । ରିଫାଇନାରୀର କ୍ରୁଡ୍ ଡିଷ୍ଟିଲେସନ୍ ୟୁନିଟରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ମୃତାହତ ନେଇ କୌଣସି ସୂଚନା ମିଳିଛି ।
ରାଜସ୍ଥାନର ବାଲୋତ୍ରାସ୍ଥି ପଛପଦ୍ରାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ୍ ରିଫାଇନାରୀ-କମ୍-ପେଟ୍ରୋକେମିକାଲ୍ସ କମ୍ଲେକ୍ସ ନିର୍ମାମ ହୋଇଛି । ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଏବଂ ରାଜସ୍ଥାନ ସରକାର ମିଳିତ ସହଯୋଗରେ ଏହାର ସ୍ଥାପନା କରାଯାଇଛି । ଏହାକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ସେପ୍ଟେମ୍ବର ୨୨, ୨୦୧୩ରେ ରାଜ୍ୟରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ସରକାର ସମୟରେ ସୋନିଆ ଗାନ୍ଧୀଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଏହି ରିଫାଇନାରୀର ଶିଳାନ୍ୟାସ କରାଯାଇଥିଲା । ଯାହାର ପ୍ରାରମ୍ଭିକ ଆକଳନ ମୂଲ୍ୟ ୩୭,୨୩୦ କୋଟି ଟଙ୍କା ଥିଲା। ସରକାର ପରିବର୍ତ୍ତନ ପରେ, ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୧୬, ୨୦୧୮ରେ ଏହି ପ୍ରକଳ୍ପକୁ ପୁନଃଶୁଭାରମ୍ଭ କରିଥିଲେ, ଯାହାର ମୂଲ୍ୟ ୪୩,୧୨୯ କୋଟି ଟଙ୍କାକୁ ସଂଶୋଧନ କରାଯାଇଥିଲା ।
ଏହା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରି ଏବଂ ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି କରି ଭାରତର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଇନ୍ଧନ ଉତ୍ପାଦନ ବ୍ୟତୀତ, ରିଫାଇନାରୀରୁ ବହୁ ପରିମାଣର ଡାଉନଷ୍ଟ୍ରିମ୍ ପେଟ୍ରୋକେମିକାଲ୍ ଉତ୍ପାଦ ଉତ୍ପାଦନ ହେବାର ଆଶା କରାଯାଉଛି।
ଏହା ମଧ୍ୟ ପଢ଼ନ୍ତୁ:- ୭.୪ର ଭୀଷଣ ଭୂକମ୍ପରେ ଦୋହଲିଲା ଜାପାନ, ଜାରି ହେଲା ସୁନାମୀ ଆଲର୍ଟ