ନୂଆଦିଲ୍ଲୀ: ଏଣିକି ମଦ ପାଇଁ ଆଉ ଗ୍ରାହକଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ । କାରଣ ପେଟ୍ରୋଲ ପମ୍ପ, ମଲ୍ ଏବଂ ବଜାରରେ ମଦ ଉପଲବ୍ଧ ହେବ । ଚଣ୍ଡିଗଡ଼ରେ ସରକାର ଏଭଳି ଅଜବ ନୂତନ ଅବକାରୀ ନୀତି ଆଣିଛନ୍ତି ।
ଚଣ୍ଡିଗଡ଼ ପ୍ରଶାସନ ନୂତନ ଅବକାରୀ ନୀତି ୨୦୨୬-୨୭କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନୀତିରେ ବଡ଼ ପରିବର୍ତ୍ତନ କରାଯାଇଛି । ମଦ ଦୋକାନ ସହିତ ସର୍ବସାଧାରଣ ସ୍ଥାନ ଯେପରି ପେଟ୍ରୋଲ ପମ୍ପ, ସପିଂ ମଲ୍ ଏବଂ ସ୍ଥାନୀୟ ଅଞ୍ଚଳରେ ବିଦେଶୀ ମଦ ବିକ୍ରି ହେବ । ତେବେ ଏଥିପାଇଁ ଡିଜିଟାଲ୍ ପେମେଣ୍ଟ ବା ଅନଲାଇନ୍ ପେମେଣ୍ଟକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ରେଷ୍ଟୋରାଣ୍ଟ ଏବଂ ହୋଟଲେ ମଦ ମାପିବା ମେସିନ ଲଗାଯିବ ।
ଚଣ୍ଡିଗଡ଼ରେ ୯୭ଟି ମଦ ଦୋକାନକୁ ମଞ୍ଜୁରୀ ମିଳିଛି । ସେହିପରି ମଦ ପରିବହନ ଗାଡ଼ିରେ ଜିପିଏସ୍ ଟ୍ରାକର୍ ଲଗାଇବା ବାଧ୍ୟତାମୂଳକ ଅଟେ । ବଟଲିଂ ପ୍ଲାଣ୍ଟ ସପ୍ତାହକୁ ୬ ଦିନ କାମ କରିବେ । ପ୍ଲାଣ୍ଟରେ ସିସିଟିଭି କ୍ୟାମେରା ଏବଂ ଲାଇଭ୍ ମନିଟରିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବେ ।
ତେବେ ସରକାରଙ୍କ ଏଭଳି ନିୟମ ଆଣିବାର ତାତ୍ପର୍ଯ୍ୟ ହେଉଛି ଲୋକଙ୍କୁ ସୁବିଧାରେ ମଦ ମିଳିବ ଏବଂ ବେଆଇନ କାର୍ଯ୍ୟକଳାପ ଉପରେ ଲଗାମ ଲାଗି ପାରିବ । ସେହିପରି ଉପରୋକ୍ତ ସ୍ଥାନ ଗୁଡ଼ିକରେ ଲୋକମାନେ ଏକ ସୁସ୍ଥ ବାତ୍ତାବରଣରୁ ମଦ କିଣିପାରିବେ ବୋଲି ସରକାର କହିଛନ୍ତି । କେନ୍ଦ୍ର ସରକାର ମଦ, ବିୟର ଏବଂ ୱାଇନ ଉପରେ ୨ ପ୍ରତିଶତ ବୃଦ୍ଧି କରିପାରନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:- ଆସିଲା ଅବକାରୀ ନୀତି; ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ, ଲାଇସେନ୍ସ ଶୁଳ୍କ ୨୦% ବୃଦ୍ଧି