ଭୁବନେଶ୍ୱର: ଏବେ ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟକୁ ଯାଇ ଖାଇବା ପରେ ବିଲ୍ ଦେଖି ଆଉ ଆଶ୍ଚର୍ଯ୍ୟ ହେବାକୁ ପଡିବ ନାହିଁ। କାରଣ ଅତିରିକ୍ତ ଭାରକୁ ଅଟକାଇବା ପାଇଁ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ନେଇଛି ଦୃଢ଼ ପଦକ୍ଷେପ। ଏପର୍ଯ୍ୟନ୍ତ ଅନେକ ହୋଟେଲ୍ ଓ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ବିଲ୍ରେ ଏଲ୍ପିଜି ଚାର୍ଜ, ଗ୍ୟାସ୍ ଚାର୍ଜ, ଇନ୍ଧନ ଖର୍ଚ୍ଚ ଭଳି ନାମରେ ଯେଉଁ ଅତିରିକ୍ତ ଟଙ୍କା ଚାର୍ଜ ନିଆଯାଉଥିଲା, ତାହାକୁ ଏବେ CCPA ନିଷେଧ କରି ଏହା ସ୍ପଷ୍ଟ ଭାବେ ବେଆଇନ ବୋଲି ଘୋଷଣା କରିଛି।
ଏବେ କୌଣସି ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ ମନଇଛା ଭାବେ LPG / ଗ୍ୟାସ୍ / ଫ୍ୟୁଏଲ୍ ଚାର୍ଜ ଲଗାଇପାରିବେ ନାହିଁ। ତେଣୁ ଅଲଗା ଭାବେ ଏହାକୁ ବିଲ୍ରେ ଯୋଡ଼ିବା ଠିକ୍ ନୁହେଁ। ଏହି ନିୟମ ଭଙ୍ଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ।
କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ଆଇନ-୨୦୧୯ ଅନୁଯାୟୀ ଏଭଳି ଚାର୍ଜ ହେଉଛି “ଅସାଧୁ ବ୍ୟାପାର ପ୍ରଚଳନ”। ବ୍ୟବସାୟର ଖର୍ଚ୍ଚ (LPG, ବିଦ୍ୟୁତ୍, ଇନ୍ଧନ) ମେନୁ ମୂଲ୍ୟରେ ରହିବା ଉଚିତ। ତେଣୁ ଗ୍ରାହକଙ୍କୁ ଅଜଣାରେ ଅତିରିକ୍ତ ଚାର୍ଜ ଦେବାକୁ ବାଧ୍ୟ କରିବା ଅନୁଚିତ।
ଆପଣ କଣ କରିବେ?
- ଯଦି ବିଲ୍ରେ ଏଭଳି ଚାର୍ଜ ଦେଖିବେ
- ସେଥିରୁ ତୁରନ୍ତ ହଟାଇବାକୁ କହନ୍ତୁ
- ଏଭଳି ଅତିରିକ୍ତ ଚାର୍ଜ ଦେବାକୁ ମନା କରନ୍ତୁ
- ଅଭିଯୋଗ କରନ୍ତୁ
କେମିତି ଅଭିଯୋଗ କରିବେ?
- ୧୯୧୫ ନମ୍ବରରେ କଲ୍ କରନ୍ତୁ
- ନ୍ୟାଶନାଲ କଞ୍ଜୁମର ହେଲ୍ପଲାଇନ ଆପ୍ ବ୍ୟବହାର କରନ୍ତୁ
- ଇ-ଜାଗୃତି ପୋର୍ଟାଲରେ ଅଭିଯୋଗ କରନ୍ତୁ
- ନଚେତ ଜିଲା ମାଜିଷ୍ଟ୍ରେଟ ଅଭିଯୋଗ କରନ୍ତୁ