କେନ୍ଦ୍ର ସରକାର ଶନିବାର ଦେଶର ବିଭିନ୍ନ ହାଇକୋର୍ଟରେ ଆଠ ଜଣ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶର କିଛି ଦିନ ପରେ ଏହି ନିଯୁକ୍ତିଗୁଡ଼ିକ ହୋଇଛି।
ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ 'ଏକ୍ସ'ରେ (X) ଏକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ଯେ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ ଭାଲୁରୀ କାମେଶ୍ୱର ରାଓଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସେହିପରି ବମ୍ବେ ହାଇକୋର୍ଟର ଜଷ୍ଟିସ ରବୀନ୍ଦ୍ର ଭି. ଘୁଗେ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ।
ନିଯୁକ୍ତ ହୋଇଥିବା ୮ ଜଣ ମୁଖ୍ୟ ବିଚାରପତି:
ଜଷ୍ଟିସ ଭାଲୁରୀ କାମେଶ୍ୱର ରାଓ (ଦିଲ୍ଲୀ ହାଇକୋର୍ଟ) – ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି
ଜଷ୍ଟିସ ରବୀନ୍ଦ୍ର ଭି. ଘୁଗେ (ବମ୍ବେ ହାଇକୋର୍ଟ) – କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି
ଜଷ୍ଟିସ ସଞ୍ଜୟ କୁମାର ଅଗ୍ରୱାଲ (ଛତିଶଗଡ଼ ହାଇକୋର୍ଟ) – ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି
ଜଷ୍ଟିସ ମହେଶ ଚନ୍ଦ୍ର ତ୍ରିପାଠୀ (ଏଲାହାବାଦ ହାଇକୋର୍ଟ) – ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି
ଜଷ୍ଟିସ ଅଶ୍ୱିନୀ କୁମାର ମିଶ୍ର (ପଞ୍ଜାବ ଓ ହରିୟାଣା ହାଇକୋର୍ଟ) – ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି
ଜଷ୍ଟିସ କୃଷ୍ଣ ରାମ ମହାପାତ୍ର (ଓଡ଼ିଶା ହାଇକୋର୍ଟ) – ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି
ଜଷ୍ଟିସ ଅଲପେଶ ୟଶୱନ୍ତ କୋଗଜେ (ଗୁଜରାଟ ହାଇକୋର୍ଟ) – ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି
ଜଷ୍ଟିସ ପୁଷ୍ପେନ୍ଦ୍ର ସିଂହ ଭାଟି (ରାଜସ୍ଥାନ ହାଇକୋର୍ଟ) – ଜାମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି