ନୂଆଦିଲ୍ଲୀ: ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେଉଁସବୁ ଜିନିଷ ଶସ୍ତା ଏବଂ କେଉଁ ସବୁ ଜିନିଷ ମହଙ୍ଗା ହେବ ତାହା ଘୋଷଣ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି କ୍ୟାନସର ରୋଗର ୧୭ଟି ଔଷଧ ଶସ୍ତା ହେବ। କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା କରାଯିବ ବୋଲି ଘୋଷଣ ହୋଇଛି। ସେହିପରି ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା ଶସ୍ତା। ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ମଧ୍ୟ ଶସ୍ତା ହେବ। ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ, ବାୟୋ CNG ଗ୍ୟାସ୍ ବି ଶସ୍ତା ହେବ।
ସେହିପରି ମହଙ୍ଗା ହେବାକୁ ଥିବା ଜିନିଷ ଗୁଡିକ ହେଉଛି ମଦ, ଖଣିଜ ପଦାର୍ଥ, ପାନ ମସଲା, ସିଗାରେଟ, ତମାଖୁ ସାମଗ୍ରୀ, ଆମଦାନିଯୁକ୍ତ ଦାମୀ କାର, ଆମଦାନିଯୁକ୍ତ ଘଣ୍ଟା, ସୌଖିନ ପୋଷାକ।
ଅଧିକ ପଢନ୍ତୁ: ସଂସଦରେ ଉପସ୍ଥାପିତ ହେଲା ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍: କାହାକୁ ମିଳିଲା କଣ, ଦେଖନ୍ତୁ ପୁରା ଅପଡେଟ୍....