ନୂଆଦିଲ୍ଲୀ: ମହାରାଷ୍ଟ୍ର ନାଗପୁରରୁ କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ଏକ ପକ୍ଷୀ ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଯାଞ୍ଚ କରାଯାଉଛି ।
ସୋମବାର ନାଗପୁର-କୋଲକାତା ଇଣ୍ଡିଗୋ ବିମାନ 6E812 ନାଗପୁର ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । ମାତ୍ର କିଛି ସମୟ ମଧ୍ୟରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା । ବିମାନରେ ୨୭୨ ଜଣ ଯାତ୍ରୀ ଥିବାବେଳେ ସମସ୍ତେ ସୁରକ୍ଷିତ ଥିଲେ । ବିମାନରେ କିଛି ଜଣାଶୁଣା ବ୍ୟକ୍ତି ମଧ୍ୟ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି । ନାଗପୁର ବିଧାୟକ ସୁଧାକର କୋହଲେ, ବିଜେପି ନେତା ଶେଖର ଭୋୟାର ଏବଂ କଂଗ୍ରେସ ନେତା ନୀତିନ କୁମ୍ଭାଲକର ଯାତ୍ରା କରୁଥିଲେ ।
ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିବା ଅନୁମାନ କରାଯାଉଛି । ଏଥିପାଇଁ ଯାଞ୍ଚ ଜାରି ରହିଛି ବୋଲି କହିଛନ୍ତି ନାଗପୁର ବିମାନବନ୍ଦର ବରିଷ୍ଠ ନିର୍ଦ୍ଦେଶକ ଆବିଦ ରୁହି ।