ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆର୍ଥିକ ସ୍ୱାର୍ଥରୁ ଉତ୍ପନ ଆହ୍ୱାନ ସତ୍ତ୍ୱେ ଭାରତ ଚଳିତ ଆର୍ଥିକ ବର୍ଷର ତ୍ରୈମାସରେ ଜିଡିପି ୭.୮ ପ୍ରତିଶତ ରହିଛି । ମଙ୍ଗଳବାର ନୂଆଦିଲ୍ଲୀରେ ସେମିକନ ଇଣ୍ଡିଆ ୨୦୨୫ର ଉଦଘାଟନ କରି ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଆର୍ଥିକ ସ୍ୱାର୍ଥରୁ ଉତ୍ପନ ବାଧାବିଘ୍ନ ସତ୍ତ୍ୱେ ଦେଶ ଆର୍ଥିକ ମୋର୍ଚ୍ଚାରେ ବଡ ପ୍ରଗତି କରିଛି । ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ଇସାରା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତି ଥିଲା ।
ଚୀନ ଓ ଜାପାନ ନିଜର ଯାତ୍ରା ସମାପ୍ତ କରି ସ୍ୱଦେଶ ଫେରିବାର ପରବର୍ତ୍ତୀ ଦିନ ନୂଆଦିଲ୍ଲୀରେ ସେମିକନ ଇଣ୍ଡିଆ କନଫରେନ୍ସକୁ ସମ୍ବୋଧିତ କରି ପିଏମ ମୋଦୀ କହିଛନ୍ତି, ଭାରତରୀୟ ଅର୍ଥବ୍ୟବସ୍ଥା ପ୍ରତିଟି ଆଶା ଏବଂ ଅନୁମାନଠୁ ଆଗକୁ ବଢି ଦମଦାର ପ୍ରଦର୍ଶନ କରିଛି । ଭାରତ ଏହି ସମୟରେ ୭.୮ ପ୍ରତିଶତ ଅଭିବୃଦ୍ଧି ଦର ହାସଲ କରିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମ ତ୍ରୈମାସରେ ଭାରତର ସକଳ ଘରୋଇ ଉତ୍ପାଦ(ଜିଡିପି) ୬.୫ ପ୍ରତିଶତ ଅନୁମାନ ତୁଳନାରେ ୭.୮ ପ୍ରତିଶତରେ ଆଗକୁ ବଢିଛି । ଗତ ବର୍ଷ ଏହି ଅବଧି ତୁଳନାରେ ୧.୩ ପ୍ରତିଶତ ଅଧିକ ହାସଲ କରିଛି । ଜିଡିପିର ଏହି ବୃଦ୍ଧି ପ୍ରତିଟି ସେକ୍ଟରରେ ଦେଖିବାକୁ ମିଳିଛି । ଏଥିରେ ମ୍ୟାନୁଫେକଚରିଂ, ସର୍ଭିସ, କୃଷି, ନିର୍ମାଣ ସମେତ ସମସ୍ତ ସେକ୍ଟର ସାମିଲ୍ । ପ୍ରତିଟି ସେକ୍ଟରରେ ଉତ୍ସାହ ଦେଖିବାକୁ ମିଳୁଛି । ଏଥିରୁ ସ୍ପଷ୍ଟ ଯେ, ଭାରତ ଦୁନିଆର ତୃତୀୟ ବଡ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି ।
Also read: ମୋର ମାଆ ନିଜ ପାଇଁ ବି ଖଣ୍ଡେ ଶାଢି କିିଣି ନ ଥିଲା, ଗାଳିକୁ ନେଇ ଭାବୁକ ହେଲେ ପିଏମ ମୋଦୀ