ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନିଜର ମାଆଙ୍କୁ ମନେ ପକାଇ ଭାବୁକ ହୋଇଛନ୍ତି । ସେ କହିଛନ୍ତି ମୋର ମାଆ ଆମ ସମସ୍ତଙ୍କୁ ବହୁତ ଗରିବିରେ ପାଳନ ପୋଷଣ କରିଛି । ସେ କେବେ ବି ନିଜ ପାଇଁ ଖଣ୍ଡେ ଶାଢି ବି କିଣି ନ ଥିଲା ଏବଂ ପରିବାରର ପ୍ରତିଟି ସଦସ୍ୟ ପାଇଁ ଟଙ୍କାଏ ଟଙ୍କାଏ ସଞ୍ଚୟ କରୁଥିଲା । ମୋ ମାଆଙ୍କ ପରି ଦେଶର କୋଟି କୋଟି ମାଆମାନେ ଏମିତି ତପସ୍ୟା କରିଥାନ୍ତି ।
ପିଏମ ମୋଦୀ କହିଛନ୍ତି, ଆପଣ ସମସ୍ତେ ଜାଣିଛନ୍ତି ମୋ ମାଆଙ୍କ ପରଲୋକ ଘଟିଛି । କିଛି ସମୟ ପୂର୍ବରୁ ୧୦୦ ବର୍ଷ ପୂରଣ କରି ସେ ସମସ୍ତଙ୍କୁ ଛାଡି ଚାଲି ଯାଇଛି । ଯେଉଁ ମାଆଙ୍କ ରାଜନୀତିରେ କୌଣସି ନେଣଦେଣ ନାହିଁ, ଯିଏ ଏବେ ଏହି ଦୁନିଆରେ ନାହାନ୍ତି ତାଙ୍କୁ ଆରଜେଡି-କଂଗ୍ରେସ ମଞ୍ଚରୁ ଗାଳି କରାଯାଉଛି । ଏହା ବହୁତ ଦୁଃଖଦାୟକ ଏବଂ କଷ୍ଟଦାୟକ କଥା । ସେହି ମାଆଙ୍କ ଭୁଲ୍ କଣ ଯେଉଁଥି ପାଇଁ ତାଙ୍କୁ ଗାଳି କରାଯାଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି, ଜନେ ଗରିବ ମାଆଙ୍କ ତପସ୍ୟା, ତାଙ୍କ ପୀଡାଙ୍କୁ ଏହି ସଂଭ୍ରାତ ଶ୍ରେଣୀର ଲୋକ ବୁଝି ପାରିବେନି । କାରଣ ଏହି ନାମଦାର ଲୋକେ ସୁନା-ରୁପା ଚାମଚ ସହ ଜନ୍ମ ହୋଇଛନ୍ତି । ବିହାରର କ୍ଷମତା ସେମାନଙ୍କୁ ନିଜ ଖାଦନଦାର ସଂପତ୍ତି ପରି ଲାଗୁଛି । ସେମାନଙ୍କୁ ଲାଗୁଛି କ୍ଷମତା ସେମାନଙ୍କୁ ମିଳିବା ଉଚିତ୍ । ଦେଶର ଜନତା ଜଣେ ଗରିବ ମାଆର ପୁଆକୁ ଆଶୀର୍ବଦା ଦେଇ ପ୍ରଧାନ ସେବକ କରିଛି । ଏହି କଥା ସଂଭ୍ରାନ୍ତ ଶ୍ରେଣୀର ଲୋକେ ହଜମ କରି ପାରୁ ନାହାନ୍ତି । କୌଣସି ପଛୁଆ, ଅତି ପଛୁଆ ଆଗକୁ ବଢିଗଲେ, କଂଗ୍ରେସ ଏହାକୁ ବରଦାସ୍ତ କରି ପାରୁନି ବୋଲି ମୋଦୀ କହିଛନ୍ତି ।