ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ଅଭିଯୁକ୍ତଙ୍କୁ ଝଟକା ଲାଗିଛି । ଦଙ୍ଗାରେ ସାମିଲ ଥିବା ସମସ୍ତ ୧୦ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହୋଇଛି ।
ହାଇକୋର୍ଟ ମାମଲାରେ ସମ୍ପୃକ୍ତ ଥିବା ଶର୍ଜୀଲ ଇମାମ, ଉମର ଖାଲିଦ, ମହମ୍ମଦ ସଲୀମ ଖାନ, ଶିଫା ଉର ରହମାନ, ଅତହର ଖାନ, ମୀରାନ ହୈଦର, ଶାଦାବ ଅହମଦ, ଅବଦୁଲ ଖାଲିଦ ସୈଫୀ ଏବଂ ଗୁଲଫିଶା ଫାତିମାଙ୍କ ଜାମିନ ଆବେଦନ ଖାଜର କରିଛନ୍ତି । ବର୍ତ୍ତମାନ ସମସ୍ତ ଜେଲରେ ହିଁ ରହିବେ ।
ତସ୍ଲୀମ ଅହମ୍ମଦର ଯାଚିକା ଉପରେ ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଏବଂ ବିଚାରପତି ହରିଶ ବୈଦ୍ୟନାଥନ ଶଙ୍କର ଶୁଣାଣି କରିଥିଲେ । ଖଣ୍ଡପୀଠ ତସ୍ଲୀମର ଜାମିନ ଆବେଦନକୁ ଖାରଜ କରିଥିଲେ । ଅନ୍ୟପକ୍ଷରେ ବିଚାରପତି ନବୀନ ଚାୱଲା ଏବଂ ବିଚାରପତି ଶାଲିନ୍ଦର କୌରଙ୍କ ନେଇ ଗଠିତ ଖଣ୍ଡପୀଠ ଅନ୍ୟ 9 ଜଣଙ୍କ ଜାମିନ ଯାଚିକାକୁ ନାମଞ୍ଜୁର କରିଥିଲେ । ମାମଲାର ଶୁଣାଣି ଶେଷ ହୋଇଥିବାବେଳେ ଆସନ୍ତା ଜୁଲାଇ 9 ତାରିଖକୁ ରାୟ ସଂରକ୍ଷିତ ରଖାଯାଇଛି ।
୨୦୨୦ ଫେବୃୟାରୀରେ ନାଗରିକତା ସଂଶୋଧନ ଆଇନ (CAA) ଏବଂ ଜାତୀୟ ନାଗରିକ ପଞ୍ଜିକାର (NRC) ବିରୋଧରେ ପ୍ରତିବାଦ ସମୟରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ ।