ନୂଆଦିଲ୍ଲୀ: ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଶୁକ୍ରବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ମହାକାଶରେ ତାଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏକ ପୋଷ୍ଟରେ କହିଛି ଯେ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଲା, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରସାନ୍ତ ବାଲକୃଷ୍ଣନ ନାୟାର ଏବଂ ଗ୍ରୁପ୍ କ୍ୟାପ୍ଟେନ୍ ପୁଣ୍ୟଶ୍ଲୋକ ବିଶ୍ୱାଲ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ଭି ନାରାୟଣନ ଏବଂ ମାନବ ମହାକାଶ ଉଡ଼ାଣ କେନ୍ଦ୍ରର ନିର୍ଦ୍ଦେଶକ ଦିନେଶ କୁମାର ସିଂହ ମୁର୍ମୁଙ୍କୁ ଭେଟିଛନ୍ତି।
ଶୁଭାଂଶୁ ଶୁକ୍ଳା ରାଷ୍ଟ୍ରପତିଙ୍କ ସହ ମହାକାଶରେ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ବୈଠକ ପରେ, ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପୋଷ୍ଟରେ ଲେଖିଛନ୍ତି, "ରାଷ୍ଟ୍ରପତି ସମଗ୍ର ଦଳକୁ ଭବିଷ୍ୟତର ପ୍ରୟାସ ପାଇଁ, ବିଶେଷକରି ଗଗନଯାନ ମିଶନ ପାଇଁ ଶୁଭକାମନା ଜଣାଇଛନ୍ତି।"
ମହାକାଶଚାରୀ ଶୁକ୍ଲା ପ୍ରଥମ ଭାରତୀୟ ମହାକାଶଚାରୀ ଯିଏ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ପରିଦର୍ଶନ କରିଛନ୍ତି। ସେ ଗତ ମାସରେ ଅନ୍ୟ ସାଥୀ ମହାକାଶଚାରୀଙ୍କ ସହିତ ଆକ୍ସିଅମ୍ ମିଶନ ୪ ଅନ୍ତର୍ଗତ ୨୦ ଦିନିଆ ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରି ଆସିଥିଲେ।
ଅଧିକ ପଢନ୍ତୁ: ଗଣମାଧ୍ୟମ ପ୍ରତିନିଧୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ପ୍ରସାର ଭାରତୀରେ ସରକାରୀ ଚାକିରୀ ପାଇଁ ଆବେଦନ ଆରମ୍ଭ; ନଜର ପକାନ୍ତୁ କେଉଁ ପଦବୀ ପାଇଁ ଆସିଛି ବିଜ୍ଞାପ