ନୂଆଦିଲ୍ଲୀ: ସମଗ୍ର ଦେଶରେ ପ୍ରସିଦ୍ଧ ଦୁଗ୍ଧ ଉତ୍ପାଦ କମ୍ପାନୀ ଅମୂଲ କ୍ଷୀର ଦାମ୍ ବୃଦ୍ଧି କରିଛି । ସମସ୍ତ ବର୍ଗର କ୍ଷୀର ଦାମ ୨ ଟଙ୍କା ବୃଦ୍ଧି ପାଇଛି । ଆସନ୍ତାକାଲିଠାରୁ ବର୍ଦ୍ଧିତ ମୂଲ୍ୟ ଲାଗୁ ହେବ । ଚାରା ମୂଲ୍ୟ ବୃଦ୍ଧି ଯୋଗୁଁ କମ୍ପାନୀ କ୍ଷୀର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।
ଅମୂଲ ଗୋଲଡ୍ ଅଧା ଲିଟରକୁ ଏବେ ୩୫ ଟଙ୍କା ହୋଇଥିବାବେଳେ ଲିଟରକୁ ୬୯ ଟଙ୍କାରେ ମିଳିବ । ସେହିପରି ଅମୂଲ ଟୋନ୍ଡ ଅଧା ଲିଟରକୁ ୩୦ ଟଙ୍କା ଏବଂ ଗୋଟିଏ ଲିଟରକୁ ୫୭ ଟଙ୍କା ହୋଇଛି । ଅମୂଲ ଗାଈ କ୍ଷୀର ଅଧା ଲିଟରକୁ ୩୧ ଟଙ୍କାରେ ବିକ୍ରି ହେବ । ସେହିପରି ମଇଁଷି କ୍ଷୀର ଅଧା ଲିଟରକୁ ୩୮ଟଙ୍କା ଏବଂ ଲିଟରକୁ ୭୫ ଟଙ୍କା ବିକ୍ରି ହେବ ।
ସରକାରୀ କମିଟି ଜିସିଏମ୍ଏମ୍ଏଫ୍ କହିଛି ଯେ ପ୍ରତି ଲିଟରରେ ଅଢ଼େଇରୁ ସାଢ଼େ ତିନି ଟଙ୍କା ଦର ବୃଦ୍ଧି ହୋଇଛି । ଉତ୍ପାଦ ଖର୍ଚ୍ଚକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ମଧ୍ୟ ଅମୂଲ କ୍ଷୀର ଦର ବୃଦ୍ଧି ହୋଇଥିଲା । ପ୍ରତି ଲିଟର ପିଛା ୨ ଟଙ୍କା ବଢ଼ିଥିଲା ।
ଅଧିକ ପଢ଼ନ୍ତୁ:- ଏବେ ପୁରୀରୁ କୋରାପୁଟ ଯିବା ହେବ ଆହୁରି ସହଜ; ଗଡ଼ିବ ନୂଆ ଏକ୍ସପ୍ରେସ୍, ମୋଦି ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୋହନ