ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କଲା ସ୍ୱାମୀ । ହତ୍ୟା ପରେ ସ୍ତ୍ରୀର ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପକାଇଛି ନୃଶଂସ ସ୍ୱାମୀ । ଏପରି ଏକ ହୃଦୟ ବିଦାରକ ଘଟଣା କର୍ଣ୍ଣାଟକାର ତୁମାକୁରୁ ଜିଲ୍ଲା ହୋସପେଟ ଗାଁରେ ଘଟିଛି ।
ସୂଚନା ଅନୁସାରେ, ସୋମବାର ରାତିରେ କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ବଚସାରେ ପରିଣତ ହୋଇଯାଇଥିଲା । ତା ପରେ ସ୍ୱାମୀ ରାଗିଯାଇ ମାରାଣାସ୍ତ୍ରରେ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କରିଥିଲା । ସ୍ତ୍ରୀର ମୃତଦେହକୁ ସ୍ୱାମୀ ରୋଷେଇ ଘରକୁ ନେଇ ଖଣ୍ଡଖଣ୍ଡ କରି କାଟି ପକାଇଥିଲା । ସ୍ଥାନୀୟ ଲୋକ, ଏହି ଘଟଣା ଜାଣିସାରିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି କରିଥିଲା ।
ଆଗକୁ ପଢ଼ନ୍ତୁ : ଭୋଜି ଖାଇବା ସାଜିଲା କାଳ : ୩ ମୃତ , ୨୪ରୁ ଅଧିକ ଲୋକ ଗୁରୁତର