ବିବାହ ଉତ୍ସବରେ ଭୋଜି ଖାଇବା ସାଜିଲା କାଳ । ହସଖୁସିରେ ଭୋଜି ଖାଇବା ପାଇଁ ଆସିଥିବା ନିମନ୍ତ୍ରିତ ଅତିଥି ଭୋଜି ଖାଇବା ପରେ ୩ ଜଣଙ୍କର ମୃତ୍ୟୁ ହେବା ସହିତ ପ୍ରାୟ ୨୪ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଅନୁସାରେ, ରାଜସ୍ଥାନର କୋଟ୍ରାରେ ଏକ ବିବାହ ଉତ୍ସବରେ ଭୋଜି ଖାଇ ଘଟିଲା ଅଘଟଣ । ବିବାହ ଉତ୍ସବର ମାହୋଲ ହସଖୁସିରେ ରହିଥିବା ବେଳେ ଏହି ଉପଲକ୍ଷେ ବିଭିନ୍ନ ପ୍ରକାର ଖାଦ୍ୟର ମଧ୍ୟ ଆୟୋଜନ କରାଯାଇଥିଲା । କିନ୍ତୁ ଏହି ସମୟରେ ଖାଦ୍ୟ ଖାଇ ୩ ଜଣଙ୍କ ଜୀବନ ଯିବା ସହିତ ପ୍ରାୟ ୨୪ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଗୁଜୁରାଟକୁ ସ୍ଥାନାନ୍ତରଣ କରାଯାଇଥିଲା । କେଉଁ କାରଣରୁ ଏପରି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।
ଆଗକୁ ପଢ଼ନ୍ତୁ : କତାର ଏୟାରୱେଜ ବିମାନରେ ଟର୍ବୁଲାନ୍ସ : ୧୨ ଆହତ