କତାର ଏୟାରୱେଜର ବିମାନ ଟର୍ବୁଲାନ୍ସର ଶିକାର ହୋଇଛି। ଫଳରେ ୧୨ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଯାଇ ସମସ୍ତ ଗୁରୁତର ଯାତ୍ରୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଦୋହାରୁ ଆୟରଲାଣ୍ଡ ଡବଲିନ କତାରର ଏକ ଏୟାରୱେଜର ବିମାନ ଯାଉଥିଲା। ବିମାନଟି ଉଡାଣ ସମୟରେ ତୁର୍କୀ ସୀମାରେ ଥିବା ସମୟରେ ଟର୍ବୁଲାନ୍ସର ଶିକାର ହୋଇଥିଲା। ଫଳରେ ବିମାନକୁ ପ୍ରଥମେ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା। ତେବେ ଟର୍ବୁଲାନ୍ସ ଫଳରେ ୬ ଯାତ୍ରୀ ଏବଂ ୬ କୁ ମେମ୍ବର ଆହତ ହୋଇଥିଲେ। ତେଣୁ ତୁରନ୍ତ ୮ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛଡାଯାଇଛି। ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ଏହି ଅଘଟଣ ଘଟିବା ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ତେବେ ଏଥିରେ କାହାର ମୃତ୍ୟୁ ହୋଇନଥିବା ସୂଚନା ଦେଇଛନ୍ତି କତାର ବିମାନ ବନ୍ଦର କର୍ମକର୍ତ୍ତା।