ଆସନ୍ତା ନଭେମ୍ବର ୧୫ ତାରିଖରେ ବିର୍ସା ମୁଣ୍ଡାଙ୍କ ଜନ୍ମଦିନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ କରିବେ । ଏହି ଯାତ୍ରା ଆଦିବାସୀ ଅଞ୍ଚଳକୁ ବିକଶିତ କରିବା ପାଇଁ ଆରମ୍ଭ କରାଯିବ । ଦୀର୍ଘ ୨ ମାସ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଝାଡ଼ଖଣ୍ଡର ଖୁଣ୍ଟି ଠାରୁ ନଭେମ୍ବର ୧୫ରେ ଏହି ଯାତ୍ରାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
ଭାରତର ପ୍ରଧାନମନ୍ତ୍ରୀଙ୍କ ୯ ବର୍ଷ ଶାସନକାଳ ମଧ୍ୟରେ ଭାରତରେ କାର୍ଯ୍ୟକାରୀ ହୋଇଥିବା ସମସ୍ତ ଉନ୍ନତିମୂଳକ ଯୋଜନା ଯାହା ସବୁ ଆଦିବାସୀ ଅଞ୍ଚଳରେ କାର୍ଯ୍ୟକାରୀ ହୋଇ ନାହିଁ । ତାହା ଏହି ସଂକଳ୍ପ ଯାତ୍ରାରେ କାର୍ଯ୍ୟକ୍ଷମ ହେବ । ଏହି ଯାତ୍ରାରେ ୨.୬ ଲକ୍ଷ ଗ୍ରାମପଞ୍ଚାୟତରେ ୨୫୦୦ ଭ୍ୟାନ ସାମିଲ ହେବ । ଭାରତ ସରକାରଙ୍କ ଅଧିକାରୀମାନେ ଏହି ଯାତ୍ରାର ପରିଚାଳନା କରିବେ । ଏଥିରେ କୌଣସି ରାଜନେତାମାନଙ୍କୁ ସାମିଲ କରାଯିବ ନାହିଁ ବୋଲି ସୂଚନା ମିଳିଛି । ଆଦିବାସୀ ଅଞ୍ଚଳରେ ବାସ କରୁଥିବା ଲୋକମାନେ ପ୍ରାୟତଃ ସରକାରଙ୍କର ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି । କିନ୍ତୁ ଏବେ ସେ ସ୍ଥିତିରେ ସୁଧାର ଆଣିବାର ଏକ ଭିନ୍ନ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସଂକଳ୍ପ ଯାତ୍ରାରେ ସମସ୍ତଙ୍କ ସମସ୍ୟାର ସମାଧାନ କରାଯିବାର ନିଷ୍ପତ୍ତି ମଧ୍ୟ ନିଆଯାଇଛି ।
ଆଗକୁ ପଢ଼ନ୍ତୁ : ଗୋଆରେ ଆରମ୍ଭ ହେଲା ୩୭ତମ ଜାତୀୟ କ୍ରୀଡ଼ା ଉତ୍ସବ