ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ କ୍ଷୟକ୍ଷତି ଘଟିଥାଏ । ତେବେ ଏହାକୁ ନ ରୋକି ପାରିଲେ ମଧ୍ୟ ସଚେତନତା ଦ୍ୱାରା ଏଥିରୁ ସୁରକ୍ଷିତ ରହିପାରିବା । ତେବେ ଏହାକୁ ଦୃଷ୍ଟିରେ ରଖି ଏଥିପ୍ରତି ସଚେତନତା ସୃଷ୍ଟି ପାଇବ ପଦକ୍ଷେପ ନିଆଯାଇଥାଏ । ମହାସାଗର ନିକଟରେ ବା ଗଭୀରରେ ଭୂକମ୍ପ ସମସ୍ୟା ଯୋଗୁ ବିଶାଳ ତରଙ୍ଗ ବାରମ୍ୱାର ସୃଷ୍ଟି ହେବାକୁ ସୁନାମି କୁହାଯାଏ । ଏହି ସୁନାମି ଯୋଗୁଁ ସ୍ଥଳ ଭାଗରେ ରହୁଥିବା ସମସ୍ତ ପ୍ରାଣୀ ମାନଙ୍କୁ ବିଭିନ୍ନ ପ୍ରକାରର କ୍ଷୟକ୍ଷତି ର ସାମ୍ନା କରିବାକୁ ପଡିଥାଏ । ପ୍ରତିବର୍ଷ ନଭେମ୍ବର ୫ତାରିଖରେ ରେ ଏହି ଦିବସ ପାଳନ କରାଯାଏ ।
୨୦୧୫ ମସିହା, ଡିସେମ୍ୱର ମାସରେ ଜାତିସଂଘ ମହାସଭା ନଭେମ୍ୱର ୫ ତାରିଖକୁ ବିଶ୍ୱ ସୁନାମି ସଚେତନାତା ଦିବସ ରୂପେ ନାମିତ କରିଥିଲା । ଏହାପର ଠାରୁ ଆଜିର ଦିନରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ । ତେବେ ଏହା ହେଉଛି ଜାପାନର ବିଚାର। ଜାପାନିଜ୍ ଶବ୍ଦ ‘ସୁ’ ବନ୍ଦର ଏବଂ ନାମିର ଅର୍ଥ ତରଙ୍ଗ। ପ୍ରତିବର୍ଷ ଏହି ଦିନରେ ଏକ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଏ । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି 'ଏକ ସ୍ଥାୟୀ ତଥା ଦୃଢ ଭବିଷ୍ୟତ ପାଇଁ ଅସମାନତା ବିରୋଧରେ ଲଢ଼େଇ ।
ଅଧିକ ପଢ଼ନ୍ତୁ: ବିଷାକ୍ତ ବାୟୁରେ ଆବଦ୍ଧ ରାଜଧାନୀ ଦିଲ୍ଲୀ ; ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ