ଆଜି ବିଶ୍ୱ କର୍କଟ ଦିବସ
Khabar Odisha:Today-is-World-Cancer-Day
ଖବର ଓଡିଶା : 04/02/2023:

ଆଜି ବିଶ୍ୱ କର୍କଟ ଦିବସ | ଦିନକୁ ଦିନ ବଦଳୁଥିବା ଜୀବନଶୈଳୀ ଏବଂ ଖରାପ ଅଭ୍ୟାସ ଯୋଗୁ ଏବେ ବହୁମାତ୍ରାରେ ବିଶ୍ୱ ତଥା ଦେଶରେ ମାରାତ୍ମକ କ୍ୟାନ୍ସର ତଥା କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ୟାନସର ରୋଗ ସମ୍ପର୍କରେ ଜନ ଆନ୍ଦୋଳନ ସୃଷ୍ଟି ପାଇଁ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି କର୍କଟ ଦିବସ । ତମ୍ବାଖୁ ସେବନ, ମଦ୍ୟପାନ, ଖାଦ୍ୟରେ ମିଶୁଥିବା ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ ଭୁତାଣୁଜନିତ ସମସ୍ୟା ଯୋଗୁଁ କ୍ୟାନସର ହେଉଥିବା ବିଶେଷଜ୍ଞମାନେ କହିଛନ୍ତି । ସମସ୍ତଙ୍କ ପାଇଁ କର୍କଟ ରୋଗର ଚିକିତ୍ସା ଉପଲବ୍ଧ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ପଦଯାତ୍ରା କରାଯାଇଛି । କ୍ୟାନସର ରୋକ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଏ । ଏହି ଦିନ ଲୋକଙ୍କୁ କ୍ୟାନସରର କାରଣ, ପ୍ରତିରୋଧ ଏବଂ ଲକ୍ଷଣ ବିଷୟରେ ସୂଚନା ଦିଆଯାଏ । ଏକ ରିପୋର୍ଟ ଅନୁସାରେ, କର୍କଟ ରୋଗ କାରଣରୁ ପ୍ରତିବର୍ଷ ପ୍ରାୟ ୧୦ ମିଲିୟନ୍ ଲୋକଙ୍କର ମୃତ୍ୟୁ ହେଉଛି । କିନ୍ତୁ ଜୀବନ ଶୈଳୀରେ ପରିବର୍ତ୍ତନ, ନିୟମିତ ଯାଞ୍ଚ ଏବଂ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗକୁ ଆମେ ପରାସ୍ତ କରିପାରିବା | ଆମ ଦେଶରେ ମୁଖ ଗହ୍ବର କର୍କଟ ପ୍ରଧାନ ସମସ୍ୟା ହୋଇଥିଲେ ମଧ୍ୟ ଫୁସ୍‌ଫୁସ୍‌ କର୍କଟ ରୋଗୀ ବହୁତ ଦେଖାଯାଆନ୍ତି। ତା’ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ୟାନ୍‌ସର ହେଲେ ତାହା ଫୁସ୍‌ଫୁସ୍‌କୁ ମାଡ଼ିଯାଏ ଏବଂ ଶେଷରେ ରୋଗୀ ଏସବୁର ଶିକାର ହୁଏ। କୋଇଲା କାରଖାନା, କପାକଳ ଓ ଆଜବେଷ୍ଟସ୍‌ କାରଖାନାରେ କାମ କରୁଥିବା ଲୋକଙ୍କର ଏହି କର୍କଟ ରୋଗ ବେଶୀ ହୁଏ । ମେରିକା ପ୍ରଭୃତି ପାଶ୍ଚାତ୍ୟ ଦେଶରେ ପୁରୁଷଙ୍କୁ ହେଉଥିବା ପ୍ରମୁଖ କ୍ୟାନସର ବା କର୍କଟ ମଧ୍ୟରେ ଅନ୍ୟତମ ଫୁସଫୁସ କର୍କଟ। କେବଳ ଆମେରିକାରେ ବର୍ଷକୁ ପ୍ରାୟ ୬୫ ହଜାର ଲୋକ ଏଥିରେ ମୃତ୍ୟୁ ବରଣ କରୁଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । କାରଣ ସିଗାରେଟ, ବିଡ଼ି, ଧୂଆଁପତ୍ର ଓ ପିକା ପ୍ରଭୃତି ବ୍ୟବହାର ଫୁସ୍‌ଫୁସ୍‌ କର୍କଟର ପ୍ରଧାନ କାରଣ। ବିଭିନ୍ନ ପରିସଂଖ୍ୟାନ, ପରୀକ୍ଷାଗାରରେ ପରୀକ୍ଷା ଓ ଧୂଆଁ ଟାଣୁଥିବା ଲୋକଙ୍କୁ ପରୀକ୍ଷା କରି ଏହା ପ୍ରମାଣିତ ହୋଇଛି ଯେ- ଫୁସ୍‌ଫୁସ୍‌ କର୍କଟ ଧୂମପାନ କରୁଥିବା ଲୋକଙ୍କର ବେଶୀ ହୁଏ। ଯେଉଁ ଲୋକ ଦିନକୁ ୮୦ରୁ ବେଶୀ ସିଗାରେଟ ବା ବିଡ଼ି ୧୦ବର୍ଷରୁ ଟାଣିଥାନ୍ତି, ସେମାନଙ୍କ ମଧ୍ୟରୁ ୧ଲକ୍ଷ ବ୍ୟକ୍ତିଙ୍କ ମଧ୍ୟରୁ ୨୬୨ ଜଣ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି। ପରୀକ୍ଷାଗାରରେ କୁକୁରଙ୍କୁ ଧୁମପାନରେ ଅଭ୍ୟସ୍ତ କରାଯାଇ ଦେଖାଯାଇଛି ଯେ, ଫୁସ୍‌ଫୁସ୍‌ରେ ଧୂଆଁପତ୍ର ନିକୋଟିନ୍‌ ବସି ଯାଇ ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ ଝିଲ୍ଲୀ ମଧ୍ୟରେ ନାନା ରାସାୟନିକ ପ୍ରକ୍ରିୟା ଦ୍ୱାରା କର୍କଟର ପୂର୍ବାବସ୍ଥା ପ୍ୟାକେଟ ଉପରେ ଲେଖାଯାଇଛି ଧୂମପାନ ସ୍ବାସ୍ଥ୍ୟ ପକ୍ଷେରେ କ୍ଷତିକାରକ। ଏବେ ସମୀକ୍ଷାରୁ ଜଣାପଡ଼ିଛି ଯେ, ଧୂମପାନ ନିଷିଦ୍ଧ ବା କେତେକ ସିଗାରେଟ୍‌ ପ୍ରଭୃତି ଛାଡ଼ି ଦେବା ଦ୍ୱାରା ଆମେରିକାରେ ପୂର୍ବ ବର୍ଷ ଅପେକ୍ଷା ଫୁସ୍‌ଫୁସ୍‌ କର୍କଟ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ କମିଯାଉଛି ।   

Subscribe

National International State Sports Entertainment