ଆଜି ନୂଆଦିଲ୍ଲୀ ମେୟର ନିର୍ବାଚନ। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ପାଇବ ନୂଆ ମେୟର। ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ଅନୁମତି କ୍ରମେ ଆଜି ମେୟର ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମେ କାଉନସିଲରଙ୍କ ବୈଠକ ବସିବାକୁ ଥିବା ବେଳେ ମେୟର ନିର୍ବାଚନ ହେବ । ଏପରିକି ନବ ନିର୍ବାଚିତ କାଉନସିଲର ମାନେ ଶପଥ ଗ୍ରହଣ କରିବେ। ଏହାପରେ ମେୟର, ଡେପୁଟି ମେୟର ଓ ୬ ଜଣିଆ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ମତଦାନ ହେବ। ପୂର୍ବରୁ ଗତ 6ତାରିଖରେ ବିଜେପି-ଆପ୍ କାଉନସିଲର ମାନଙ୍କ ମଧ୍ୟରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ପରେ ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।