ସକାଳ ପ୍ରାୟ ୪ଟାରେ ଗୋଟିଏ ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନଟି ଘଣ୍ଟାକୁ ୮୦ କିମି ବେଗରେ ଯାଉଥିବା କିସାନ ଏକ୍ସପ୍ରେସ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲା । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବିଜନୋରରେ । ୧୦ ରୁ ଅଧିକ ବଗି ସହିତ ଇଞ୍ଜିନ୍ ଆଗକୁ ମାଡ଼ି ଚାଲିଥିଲା ବେଳେ ୫ ରୁ ଅଧିକ ଅବଶିଷ୍ଟ କୋଚ୍ ପଛରେ ରହି ଯାଇଥିଲା I ଦୁର୍ଘଟଣାର କାରଣ ବୈଷୟିକ ତ୍ରୁଟି ବୋଲି କୁହାଯାଉଛି I
ସୂଚନାନୁସାରେ, କିସାନ ଏକ୍ସପ୍ରେସ ସକାଳ ୪ଟାରେ ଯାଉଥିଲା I ଟ୍ରେନ୍ ବିଜନୋରର ସେହୋରା ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଟ୍ରେନ୍ ଦୁଇଟି ଭାଗରେ ବିଭକ୍ତ ହେଲା । ଏସି କୋଚ୍ ଗୁଡିକ ଅଲଗା ହୋଇଯାଇଥିଲା । ସବୁଠାରୁ ବଡ କଥା ହେଉଛି ଏହି ଦୁର୍ଘଟଣାରେ କୌଣସି ଜୀବନ ନଷ୍ଟ ହୋଇ ନାହିଁ I ସୂଚନା ପାଇବା ମାତ୍ରେ ପୋଲିସ ଏବଂ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ I କୁହାଯାଉଛି କପଲିଙ୍ଗ୍ ଭାଙ୍ଗିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା ।
ଅଧିକା ପଢନ୍ତୁ: ଷ୍ଟାର୍ଟ-ଅପ୍ ଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ...ମନ୍ କି ବାତ୍ରେ ଦେଶକୁ କ'ଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ