ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଲେ ଯାତ୍ରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଏର୍ଣ୍ଣାକୁଲମ-ପାଟନା ସୁପରଫାଷ୍ଟ ଏକ୍ସପ୍ରେସରେ । ସୂଚନା ଅନୁସାରେ ଏସ ୧୧ ବଗିରେ ବିନୋଦ ନାମକ ଟିଟିଇ ଜଣେ ଯାତ୍ରୀଙ୍କୁ ଟିକେଟ ମାଗିଥିଲେ । ଏବଂ ଏଥିରେ ଉତ୍ୟକ୍ତ ହୋଇ ଯାତ୍ରୀ ଜଣଙ୍କ ବିନୋଦଙ୍କୁ ଧକ୍କା ଦେଇଥିଲେ । ଯାହା ଫଳରେ ଟିଟିଇ ବିନୋଦଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । । ତେବେ ଏହି ଘଟଣା ମୁଲାଗୁନ୍ନାଥୁକାବୁ ଏବଂ ୱଡକ୍କନଚେରୀ ରେଲୱେ ଷ୍ଟେସନ ହୋଇଥିବା କୁହାଯାଉଛି।