ଦିଲ୍ଲୀରେ ଶୀତଋତୁ ପାଇଁ ଆଗୁଆ ଶୀତ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର | ଦେଶର ରାଜଧାନୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦେଖି ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର | ନଭେମ୍ବର ୯ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଅର୍ଥାତ ପିଲାଙ୍କୁ ଏବେ ଡିସେମ୍ବର ମାସର ଛୁଟି ବଦଳରେ ନଭେମ୍ବରରେ ମିଳିବ ୧୦ ଦିନିଆ ଶୀତ ଛୁଟି। ଏ ସବୁ ଛୁଟିକୁ ଓ୍ୱିଣ୍ଟର ବ୍ରେକ୍ ସହ ଆଡଜଷ୍ଟ କରାଯିବ।
ଦିଲ୍ଲୀ ସରକାରଙ୍କ କହିବା ଅନୁଯାଇ, ଡିସେମ୍ବର-ଜାନୁଆରୀ ମାସରେ ମିଳୁଥିବା ଛୁଟି ଏବେ ପିଲାଙ୍କୁ ମିଳିବ | ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ଓ ବିଷାକ୍ତ ବାୟୁ ପ୍ରଭାବରେ ଆକ୍ରାନ୍ତ ହେଲେଣି ଦିଲ୍ଲୀବାସିନ୍ଦା | ଅଣନିଶ୍ୱାସୀ ହୋଇପଡ଼ିଛି ପୁରା ରାଜଧାନୀ | ଯାହା ଏବେ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ଧିରେ ଧିରେ ଶୀତ ବଢୁଥିବା ବେଳେ ଦିଲ୍ଲୀ ବାୟୁର ମାନ ବେଶୀ ବିଷାକ୍ତ ହେବାରେ ଲାଗିଛି । ତେଣୁ ବାୟୁ ପ୍ରଦୂଷଣ ମାତ୍ରାକୁ ଆଖିରେ ରଖି ପିଲାମାନେ ଯେମିତି ସୁରକ୍ଷିତ ରହିପାରିବେ ସେଥିପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର। ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ବେଶ୍ ଭୟଙ୍କର ହୋଇପଡିଛି । ଦିଲ୍ଲୀ ବର୍ତ୍ତମାନ ଗ୍ୟାସ ଚାମ୍ବର ପାଲଟିଛି। ଚାରିଆଡେ ଧୂଆଁର କଳା ଚାଦର ଢାଙ୍କି ହୋଇ ରହିଥିବାବେଳେ ଲୋକଙ୍କୁ ନିଶ୍ୱାସ ନେବାରେ ଏବେ କଷ୍ଟ ଅନୁଭୂତ ହେଉଛି । ତେବେ ଦିଲ୍ଲୀର ପ୍ରଦୂଷଣ ସ୍ଥିତିରେ ସୁଧାର ଆଣିବାକୁ ପ୍ରୟାଶ କରାଯାଉଛି ।
ଅଧିକ ପଢ଼ନ୍ତୁ : ରାଜଧାନୀ ଦିଲ୍ଲୀକୁ ଅଣନିଶ୍ୱାସୀ କରୁଛି ବାୟୁ ପ୍ରଦୂଷଣ