ରାମ ମନ୍ଦିର ନିର୍ମାଣ ଲାଗି ଦେଶର ପ୍ରଥମ ବ୍ୟକ୍ତି ଦେଲେ ୫ ଲକ୍ଷ ଟଙ୍କା
Khabar Odisha:The-first-person-in-the-country-paid-Rs-5-lakh-for-the-construction-of-the-Ram-temple
ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡ଼ିଶା):

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଶୁକ୍ରବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହାର ସହ-ସଭାପତି ଗୋବିନ୍ଦ ଦେବ ଗିରିଜୀ ମହାରାଜ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଥିବା ନେଇ ସୂଚନା ମିଳିଛି।

ତାଙ୍କ ସହ ଭିଏଚପିର କାର୍ଯ୍ୟରତ ସଭାପତି ଆଲୋକ କୁମାର, ମନ୍ଦିର ନିର୍ମାଣ କମିଟି ମୁଖ୍ୟ ନ୍ରିପେନ୍ଦ୍ର ମିଶ୍ର ଓ ଆରଏସଏସ ନେତା କୁଳଭୂଷଣ ଆହୁଜା ପ୍ରମୁଖ ରହିଥିଲେ। ସେ ଦେଶର ପ୍ରଥମ ନାଗରିକ ହୋଇଥିଲା ବେଳେ ଆମେ ତାଙ୍କୁ ସାକ୍ଷାତ କରିଥିଲୁ। ଆଉ ସେ ୫,୦୦,୧୦୦ ଟଙ୍କା ଦାନ କରିଥିବା ନେଇ ଶ୍ରୀ କୁମାର ପ୍ରକାଶ କରିଛନ୍ତି।

  • Tags:

Subscribe

National International State Sports Entertainment