ହଟିବ ଶ୍ରୀଲଙ୍କା ସଙ୍କଟ ! ନୂଆ ପ୍ରଧାନମନ୍ତ୍ରୀ ହେବେ ରନୀଲ ବିକ୍ରମାସିଂଘେ
Khabar Odisha:The-crisis-in-Sri-Lanka-will-break-out--The-new-Prime-Minister-will-be-Ranil-Wickremesinghe
ନୂଆଦିଲ୍ଲୀ, ମେ 12 (ଖବର ଓଡ଼ିଶା)

 ଶ୍ରୀଲଙ୍କାରେ ବଡ଼ ରାଜନୈତିକ ପରିବର୍ତନ । ବଦଳିଲେ ପ୍ରଧାନମନ୍ତ୍ରୀ । ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ନେତା ରନୀଲ ବିକ୍ରମାସିଂଘେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। 

ରାନୀଲଙ୍କ ଦଳ ୨୨୫ ସଦସ୍ୟ ବିଶିଷ୍ଟ ସଂସଦରେ ମାତ୍ର ଗୋଟିଏ ଆସନ ଅକ୍ତିଆର କରିଛି । ଏହା ସତ୍ତ୍ୱେ ସେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ତେବେ ଏହା ପୂର୍ବରୁ ମଧ୍ୟ ରନୀଲ ଶ୍ରୀଲଙ୍କାର ୪ ଥର ପ୍ରଧାନମନ୍ତ୍ରୀ ଥିଲେ । ତେବେ ୨୦୧୮ ଅକ୍ଟୋବର ମାସରେ ତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ପଦରୁ ହଟାଇ ଦେଇଥିଲେ। କିନ୍ତୁ ଦୁଇ ମାସ ବ୍ୟବଧାନରେ ପୁଣି ଥରେ ତାଙ୍କୁ ପଦ ମିଳିଥିଲା। 

ଏବେ ରନୀଲଙ୍କୁ ଅନ୍ତରୀଣ ସରକାରର ନେତୃତ୍ବ ନେବା ପାଇଁ ସବୁ ଦଳ ସମର୍ଥନ କରିଛନ୍ତି। ତେବେ ଅସନ୍ତା ୬ ମାସ ଯାଏଁ ତାଙ୍କ ସରକାର ଚାଲିପାରିବ ବୋଲି ଜଣା ପଡ଼ିଛି ।

  • Tags:

Subscribe

National International State Sports Entertainment