ଡଙ୍ଗା ଓଲଟି ୧୧ ମୃତ, ୮ ନିଖୋଜ
Khabar Odisha:The-boat-capsized-killing-11-people-and-leaving-8-missing
ମୁମ୍ବାଇ, ସେପ୍ଟେମ୍ବର ୧୪(ଖବର ଓଡିଶା):

ନଦୀରେ ଓଲଟିଲା ଡଙ୍ଗା । ଫଲରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିଙ୍କର ତଲାସି ଅଭିଯାନ ଜାରି ରହିଛି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମହାରାଷ୍ଟ୍ରର ଅମରାବତୀରେ । 

ସୂଚନା ଅନୁସାରେ, ସମସ୍ତ ୧୧ ଜଣ ମୃତକ ଗୋଟିଏ ପରିବାରର ପୋଲି ଜଣାପଡିଛି । ଗୋରେଗାଓଁରୁ ଏମାନେ ସମସ୍ତେ ଅନ୍ତିମ ସଂସ୍କାର କାମ ପାଇଁ ଆସିଥିଲେ । ଅନ୍ତିମ ସଂସ୍କାର ସମାପ୍ତ ପରେ ସେମାନେ ଆଜି ସକାଳେ ନରଖେତ ତାଲୁକାର ଜୁଞ୍ଜ ଅଞ୍ଚଳ ବୁଲିବାକୁ ଯାଇଥିଲେ । ତେବେ ମନ୍ଦିର ଦର୍ଶନ କରିବା ପାଇଁ ସେମାନେ ଏକ ଡଙ୍ଗା ସାହାର୍ଯ୍ୟରେ ୱାର୍ଦ୍ଦା ନଦୀରେ ଯାତ୍ରା କରିଥିଲେ । ଏହି ସମୟରେ ଡଙ୍ଗାଟି ଓଲଟି ପଡିଥିଲା । 

ଏହାସହିତ ମୃତକଙ୍କ ମଧ୍ୟରେ ମହିଳା, ଜଣେ ଶିଶୁ ଓ ବୋଟ ଚାଳକ ଥିବା ଜଣାପଡିଛି । ଡଙ୍ଗାରେ ପ୍ରାୟ ୨୦ ଜଣ ଥିଲେ । ଅନ୍ୟମାନେ ଏବେ ବି ନିଖୋଜ ଅଛନ୍ତି । ସେମାନଙ୍କର ରେସ୍କ୍ୟୁ ଅପରେସନ ପ୍ରଶାସନ ପକ୍ଷରୁ ଜାରି ରଖାଯାଇଛି । ସେପଟେ ଗତ ସପ୍ତାହରେ ଆସାମରେ ମଧ୍ୟ ଏଭଳି ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା । ୨ଟି ଡଙ୍ଗା ଧକ୍କା ହୋଇଥିଲା ଫଲ୍େର ଗୋଟିଏ ଡଙ୍ଗା ଓଲଟି ପଡିଥିଲା ।

  • Tags:

Subscribe

National International State Sports Entertainment