କାର୍ ସହ ଧକ୍କା ହେଲା ବାଇକ୍ ,ଚାଲିଗଲା ଆଉ ଏକ ନୀରିହ ଜୀବନ । ଲଗାତାର ଭାବେ ଦୁର୍ଘଟଣାର ମାତ୍ର ବଢିଚାଲିଛି । ଯାହାଫଳରେ କାହାର ଜୀବନ ଚାଲିଯାଉଛି ଆଉ କିଏ ଆହତ ହୋଇଯାଉଛନ୍ତି । ଦ୍ରୁତ ଗତିରେ ଆସୁଥିବା କାର ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ପଞ୍ଜାବରୁ ।
ସୂଚନା ଅନୁଯାୟୀ,ପଞ୍ଜାବର ମୋହାଲିଠାରେ ଏକ କାର ଦ୍ରୁତ ଗତିରେ ଯାଉଥିଲା । ତାର ବିପରୀତ ଦିଗରେ ଏକ ବାଇକ ଆସୁଥିଲା । କାରଟିର ଗତି ଦ୍ରୁତ ଥିବାରୁ ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ଦୁଇଜଣ ଆହତ ହୋଇଯାଇଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଦୁଇଜଣ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହି ବିଳାସପୂର୍ଣ୍ଣ କାରକୁ ଚଳାଉଥିବା ଡ୍ରାଇଭର ଘଟଣା ଘଟାଇବା ପରେ ନିଖୋଜ ଅଛନ୍ତି। ରାତିରେ ଏହି ଦୁର୍ଘଟଣା ପରେ ପୀଡିତଙ୍କ ପରିବାର ସଦସ୍ୟ ପଟିଆଲା ରାଜପଥକୁ ଅବରୋଧ କରିଥିଲେ।
ଅଧିକ ପଢନ୍ତୁ :ନୋଏଡାର ଆପାର୍ଟମେଣ୍ଟରେ ଏସି ବିସ୍ଫୋରଣ, ଏକାଧିକ ଫ୍ଲାଟ୍ରେ ଅଗ୍ନିକାଣ୍ଡ