ନୂଆଦିଲ୍ଲୀ: ବିସିସିଆଇ ବିରୋଧରେ ଯାଚିକାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀଙ୍କୁ ବିଚାରପତିଙ୍କଠୁ ଖୁବ୍ ଶୁଣିବାକୁ ପଡିଛି । ଆବେଦନକାରୀ ଦାବି କରିଥିଲେ ଯେ, ଜାତୀୟ କ୍ରିକେଟ୍ ଦଳକୁ ଭାରତୀୟ କ୍ରିକେଟ୍ ଦଳ କହିବା ଉପରେ ରୋକ୍ ଲଗାଯାଉ । ଏହି ପିଟିସନ ଉପରେ ଶୁଣାଣି କରିଥିବା ପ୍ରଧାନ ବିଚାରପତି(ସିଜେଆଇ) ସୂର୍ଯ୍ୟକାନ୍ତ ତାଗିଦ କରିଛନ୍ତି । ଅଦାଲତ ଉପରେ ଏହା ଅଯଥା ବୋଝ ବୋଲି କହିଛନ୍ତି । ଏହା ସହିତ ଯାଚିକା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଯାଚିକାକର୍ତ୍ତା ରିପକ କଂଶଲ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଯାଚିକା ଦାଖଲ କରିଥିଲେ । ସେଠାରେ ମଧ୍ୟ ଜଜ ତାଙ୍କୁ କଡା ତାଗିଦ କରିଥିଲେ । କଂଶଲଙ୍କ କହିବା କଥା ବିସିସିଆଇ ଏକ ଘରୋଇ ସଂସ୍ଥା ଯାହାର ରେଜିଷ୍ଟ୍ରେସନ ତାମିଲନାଡୁ ସୋସାଇଟିଜ ରେଜିଷ୍ଟ୍ରେସନ ଆକ୍ଟ ଆଧାରରେ ହୋଇଛି । ଏହା କୌଣସି ସରକାରୀ ସଂସ୍ଥା ନୁହେଁ ।
ଏଥିରେ କୁହାଯାଇଛି ଯେ, ଅନେକ ଥର ଆରଟିଆଇର ଜବାବରେ କ୍ରୀଡା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ବିସିସିଆଇକୁ ନ୍ୟାସନାଲ ଫେଡେରେସନ ଆଧାରରେ ମାନ୍ୟତା ମିଳି ନାହିଁ । ଏହା ସହିତ ସରକାରଙ୍କଠୁ କୌଣସି ପ୍ରକାରର ଆର୍ଥିକ ସହାୟତା ମିଳେ ନାହିଁ । ଯାଚିକାରେ କୁହାଯାଇଛି ଯେ, ଏହା ପରେ ବି ସରକାରୀ ମିିଡିଆ ପ୍ଲାଟଫର୍ମ ବିିସିସିଆଇର କ୍ରିକେଟ୍ ଟିମକୁ ଟିମ୍ ଇଣ୍ଡିଆ କିମ୍ବା ଭାରତୀୟ ଜାତୀୟ ଦଳ କୁହାଯାଏ ।
ଖଣ୍ଡପୀଠ ଯାଚିକାକୁ ଖାରଜ କରିବା ସହିତ ଆବେଦନକାରୀଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି । ବିଚାରପତି କହିଛନ୍ତି, ହାଇକୋର୍ଟଙ୍କୁ ପ୍ରଥମେ ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇବାର ଥିଲା । ଆପଣ ଘରେ ବସିଛନ୍ତି ଏବଂ ଯାଚିକା ପ୍ରସ୍ତୁତ କରୁଛନ୍ତି । ଏଥିରେ ସମସ୍ୟା କଣ । ଜାତୀୟ କ୍ରୀଡା ଟିବ୍ର୍ୟୁନାଲ ପାଇଁ ମଧ୍ୟ ଏକ ନୋଟିଫିକିସେନ ଆସିଛି, ଯେଉଁଥିରେ ବହୁତ ଯୋଗ୍ୟ ସଦସ୍ୟ ଅଛନ୍ତି । ସେଠାକୁ ଯାଆନ୍ତୁ, କୋର୍ଟ ଉପରେ ବୋଝ ବଢାନ୍ତୁ ନାହିଁ ।
ଅଦାଲତ ଯାଚିକାକୁ ଅଯଥା ବୋଲି କହିଛନ୍ତି । ସେ କହିଛନ୍ତି, ହାଇକୋର୍ଟ ଭୁଲ୍ କରିଛନ୍ତି । ହାଇକୋର୍ଟଙ୍କୁ ଉଦାହରଣ ସୃଷ୍ଟି କରିବା ଭଳି ଜରିମାନା ଲଗାଇବାର ଥିଲା । ଏମିତି ଫାଲତୁ ଯାଚିକା ଯେମିତି ସୁପ୍ରିମକୋର୍ଟକୁ ନ ଆସେ ସେଥିପ୍ରତି ଯତ୍ନବାନ ହେବା ଦରକାର।
Also read: ଟ୍ରମ୍ପଙ୍କ ‘ବୋର୍ଡ ଅଫ ପିସ୍’ରେ ସାମିଲ୍ ହେଲା ପାକିସ୍ତାନ, ଏ ପର୍ଯ୍ୟନ୍ତ ୯ ମୁସଲିମ ଦେଶର ସମର୍ଥନ