ବାରମ୍ବାର ଇଡିର ସମନ ପରେ ମଧ୍ୟ ଖାତିର କରୁ ନାହାନ୍ତି କେଜ୍ରିଓ୍ୱାଲ । ଷଷ୍ଠପରେ ଇଡିର ସପ୍ତମ ସମନ ଜାରି କରାଯାଇଛି । ଦୁର୍ନୀତି ମାମଲାରେ ଗୁରୁବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଡକାଇଛି। ଏଜେନ୍ସି ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ଡାକରା ଦେଇଛି ଏବଂ ଫେବୃଆରୀ 26 ରେ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଇଡିର ସପ୍ତମ ସମନ ଉପରେ ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଆଇନ ପରାମର୍ଶ ପରେ ମୁଖ୍ୟମନ୍ତ୍ରୀ ଏହି ଡାକରାକୁ ଜବାବ ଦେବେ।
ଗୋପାଳ ରାୟ କହିଛନ୍ତି ଯେ ଆଇନଗତ ପରାମର୍ଶ ପରେ ଇଡି ଦ୍ୱାରା ଜାରି ହୋଇଥିବା ସପ୍ତମ ସମନକୁ ଆମେ ଜବାବ ଦେବୁ। ଏଥି ସହ ଆମ୍ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ଏହା ଏକ ରାଜନ ରାଜନୈତିକ ସମନ ବୋଲି ଅଭିଯୋଗ କରିଛନ୍ତି। ଯଦି ଆପଣଙ୍କ ସହ ଜଡିତ କୌଣସି ରାଜନ ରାଜନୈତିକ ପଦକ୍ଷେପ ଅଛି, ଇଡି ତୁରନ୍ତ ସମନ ଜାରି କରେ । ସେ କହିଛନ୍ତି ଯେ ଗୋଟିଏ ଦିନ ପୂର୍ବରୁ ଚଣ୍ଡିଗଡ଼ ମେୟର ନିର୍ବାଚନରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦର୍ପଣ ଦେଖାଇଥିଲେ।
ବର୍ତ୍ତମାନ ସୁଦ୍ଧା ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଟି ସମନ ପଠାଇ ସାରିଲାଣି। କିନ୍ତୁ ସେ ଗୋଟିଏ ବି ସମନର ଉତ୍ତର ଦେଇ ହାଜର ହୋଇ ନାହାନ୍ତି। ସମସ୍ତ ୬ଟି ଯାକ ସମନକୁ କେଜ୍ରିଓ୍ୱାଲ ବେଆଇନ ଓ ରାଜନୈତିକ ଷଡଯନ୍ତ୍ର ବୋଲି କହି ଏଡାଇ ଦେଇଛନ୍ତି। ବାରମ୍ବାର ସମନ ପଠାଇବା ପରେ ବି ଆପ୍ ସୁପ୍ରିମୋ କେଜ୍ରିଓ୍ୱାଲ ହାଜର ନ ହେବା ପରେ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ କେଜ୍ରିଓ୍ୱାଲଙ୍କୁ ୧୭ ଫେବ୍ରୁଆରୀରେ ଡକାଇଥିଲେ। ହେଲେ କେଜ୍ରିଓ୍ୱାଲ ବ୍ୟକ୍ତିଗତ ଭାବେ ଉପସ୍ଥିତ ନ ରହି ଭିଡିଓ କନ୍ଫରେନ୍ସି ଜରିଆରେ କୋର୍ଟରେ ହାଜର ହୋଇଥିଲେ। ତେବେ ଏ ପର୍ଯ୍ୟନ୍ତ ଏହାକୁ ନେଇ କେଜ୍ରିଓ୍ୱାଲଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସି ନାହିଁ ।