ସୋମବାର ଏୟାର ମାର୍ଶଲ ସାଧନା ସାକ୍ସେନା ନାୟାର ପଦ ପାଇବା ସହ ହସ୍ପିଟାଲ ସେବା ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଭାରତୀୟ ବାୟୁସେନାର ଅଧିକାରୀ କହିଛନ୍ତି ଯେ, ସାଧନା ସାକ୍ସେନା ନାୟାର ପାଇଥିବା ପଦବୀରେ ଆଗରୁ କେହି ମହିଳା ନିଯୁକ୍ତି ପାଇନଥିଲେ । ପ୍ରଥମ ମହିଳା ଅଧିକାରୀ ଭାବରେ ସମ୍ମାନଜନକ ପଦବୀରେ ଅବସ୍ଥାପିତ ହୋଇଛନ୍ତି ସାଧନା ସାକ୍ସେନା ନାୟାର । ସେ ହେଉଛନ୍ତି ଦ୍ୱିତୀୟ ମହିଳା ଅଧିକାରୀ ଯିଏକି ଭାରତୀୟ ବାୟୁସେନାରେ ସେବା କରି ଏୟାର ମାର୍ଶଲ ପଦବୀକୁ ହାସଲ କରିଛନ୍ତି । ସାଧନା ସକ୍ସେନା ଏହି ପଦବୀରେ ନିଯୁକ୍ତି ପାଇବା ପୂର୍ବରୁ ବେଙ୍ଗାଳୁରୁ ସ୍ଥିତ ବାୟୁସେନା ପ୍ରଶିକ୍ଷଣ ସଂସ୍ଥାନର ମୁଖ୍ୟ ଚିକିତ୍ସା ଅଧିକାରୀ ଥିଲେ ।
ଭାରତୀୟ ବାୟୁସେନା ଅଧିକାରୀଙ୍କ ସୂଚନା ଅନୁସାରେ, ସାଧନା ସାକ୍ସେନା ନାୟାର ପୁନେ ସ୍ଥିତ ଆର୍ମଡ୍ ଫୋର୍ସ ମେଡିକାଲ୍ କଲେଜରୁ ସ୍ନାତକ ହାସଲ କରି ୧୯୮୫ ଡିସେମ୍ବରରେ ବାୟୁସେନାରେ ଯୋଗ ଦେଇଥିଲେ । ନୂଆଦିଲ୍ଲୀର AIIMS ରେ ମେଡିକାଲ୍ ଇନଫର୍ମେଟିକ୍ସରେ ଦୁଇ ବର୍ଷ ତାଲିମ ବି ନେଇଥିଲେ । ସେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ ଏବଂ ଟ୍ରେନିଂ କମାଣ୍ଡର ପ୍ରଥମ ଏବଂ ଏକମାତ୍ର ମହିଳା ପ୍ରିନ୍ସିପାଲ ମେଡିକାଲ ଅଫିସର ଥିଲେ।
ଆଗକୁ ପଢ଼ନ୍ତୁ : ପାଲେଷ୍ଟାଇନକୁ ସାହାଯ୍ୟ : ବାୟୁସେନା ବିମାନରେ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଛନ୍ତି ଭାରତ ସରକାର