ହମାସ୍ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଭିତରେ ପାଲେଷ୍ଟାଇନକୁ ସାହାଯ୍ୟର ହାତ ବଢ଼ାଇଛି ଭାରତ । ଗାଜାରେ ଯୁଦ୍ଧର ଭୟାବହ ପରିଣାମ ଭୋଗି ଅସହାୟ ହୋଇ ପଡି ରହିଥିବା ଲୋକଙ୍କ ପାଇଁ ଭାରତୀୟ ବାୟୁସେନା ବିମାନରେ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଛନ୍ତି ଭାରତ ସରକାର । ଶନିବାର ଜାତିସଂଘ ପକ୍ଷରୁ ପାଖାପାଖି ୨୦ ଟି ଟ୍ରକ୍ ଗାଜା ଷ୍ଟ୍ରିପକୁ ରିଲିଫ୍ ନେଇ ଯୋଗାଇବା ପରେ ଏବେ ବିଶ୍ୱ ସମୁଦାୟ ଗାଜା ବାସିନ୍ଦାଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହଯାଇଛି ଯେ, ପାଲେଷ୍ଟାଇନବାସୀଙ୍କ ପାଇଁ ଭାରତୀୟ ବାୟୁସେନାର ସି-୧୭ ଦ୍ୱାରା ରିଲିଫ ପଠାଯାଇଛି । ଏଥିରେ ଜୀବନ ରକ୍ଷକ ଔଷଧ, ସର୍ଜିକାଲ ସାମ୍ରଗୀ, ତମ୍ବଚୁଳ ସ୍ଲିପିଙ୍ଗ ବ୍ୟାଗ୍, ଜରିପାଲ, ପାଣିକୁ ବିଶୁଦ୍ଧ କରିବାକୁ ଔଷଧ ଆଦି ପଠାଯାଇଛି । ତେବେ ଏହି ବିମାନଟି ମିଶର ସୀମା ଦେଇ ଯାଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ ;- ପାକିସ୍ତାନ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ