ନୂଆଦିଲ୍ଲୀ, ଜାନୁଆରୀ 20 (ଖବର ଓଡ଼ିଶା):
ସାରା ବିଶ୍ୱକୁ କବଳିତ କରିଥିବା ମହାମାରୀ କରୋନା ଭାଇରସ୍କୁ ନାସ କରିବ ଋଷ ଟିକା । କାରଣ ରୁଷ ତରଫରୁ ଭେକଟର ଷ୍ଟେଟ ରିସର୍ଚ୍ଚ ସେଣ୍ଟର ଅଫ ଭାଇରୋଲୋଜି ଓ ବାୟୋଟେକ୍ନୋଲଜି ଦ୍ୱାରା ପ୍ରସ୍ତୁତ ହୋଇଥିବା EpiVacCorona ଟିକା ୧୦୦% ପ୍ରଭାବୀ ବୋଲି ସ୍ପୁଟନିକ ନ୍ୟୁଜ ସରକାରୀ ସୂତ୍ରରୁ ତଥ୍ୟ ହାସଲ କରି ଖବର ପ୍ରକାଶ କରିଛି।
ଏହି ଟିକାର ମାନବ ପରୀକ୍ଷଣ ନଭେମ୍ବର ମାସରେ ଋଷରେ ହୋଇଥିଲା ଯାହା ଏବେ ଜଣାପଡ଼ୁଛି ଏହି ଟିକା କରୋନାକୁ ମାତ୍ ଦେବାରେ ୧୦୦% ସକ୍ଷମ। ତେବେ ବିଭିନ୍ନ ପରୀକ୍ଷା ପରେ ଋଷ ସରକାର ଏହାର କାର୍ଯ୍ୟକାରୀ ପାଇଁ ଅନୁମତି ଦେବେ ବୋଲି ଜଣାପଡ଼ିଛି ।
ରୁଷରେ ଦ୍ୱିତୀୟ କରୋନା ଟିକା ଭାବେ EpiVacCorona କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ। କାରଣ ଏହାପୂର୍ବରୁ ସ୍ପୁଟନିକ ଭି କରୋନା ଟିକାକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା।