ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀରାମ ମନ୍ଦିର ପାଇଁ ହେବ ପୂଜକ ନିଯୁକ୍ତି । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଏହି ବିଜ୍ଞାପନ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୩୧ତାରିଖ ସୁଦ୍ଧା ପୂଜକ ପଦ ପାଇଁ କରିହେବ ଆବେଦନ । ଏଥିପାଇଁ ବିଭିନ୍ନ ପୂଜକ ପଦ ପାଇଁ ଟ୍ରଷ୍ଟ ନିଯୁକ୍ତି ବାହାରିଛି ।
ସୂଚନା ଅନୁଯାୟୀ ଆସନ୍ତା ୨୦୨୪ ଜାନୁଆରୀ ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ । ଆସନ୍ତା ଜାନୁୟାରୀ ୨୨ତାରିଖରେ ପ୍ରଭୁ ଶ୍ରୀ ରାମଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହେବ ତେଣୁ
ଏହି ନିଯୁକ୍ତିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରଖିବା ପାଇଁ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଆବେଦନ କରିବା ପରେ ପ୍ରବେଶିକା ପରୀକ୍ଷା ଦେବାକୁ ହେବ । ଏହାପରେ ତାଲିମ ନେଇ ରାମ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରିବାକୁ ଯୋଗ୍ୟ ହେବେ ପ୍ରାର୍ଥୀ । ପଣ୍ଡିତ ମାନଙ୍କ ଦ୍ୱାରା ଏହି ତାଲିମ ଦିଆଯିବ । ରାମ ମନ୍ଦିରରେ ବିଭିନ୍ନ ପୂଜକ ପଦବୀ ପାଇଁ ନିଯୁକ୍ତି ଦେବାକୁ ଏହି ବିଜ୍ଞାପନ ବାହାରିଛି ।
ରାମ ମନ୍ଦିରରେ ଚାକିରି ବିଜ୍ଞାପନ ପାଇଁ ଥିବା ନିୟମାବଳୀ
– ରାମ ମନ୍ଦିରର ପୂଜକ ପାଇଁ ବିଜ୍ଞପ୍ତି
– ୩୧ ଅକ୍ଟୋବର ସୁଦ୍ଧା କରିପାରିବେ ଆବେଦନ
– ବୟସ ସୀମା ୨୦ରୁ ୩୦ ବର୍ଷ
– ବ୍ୟକ୍ତି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଦିଆଯିବ ସ୍ୱତନ୍ତ୍ର ତାଲିମ
– ୬ମାସ ତାଲିମ ପରେ ହେବ ନିଯୁକ୍ତି ପ୍ରକ୍ରିୟା
– ତାଲିମ ବେଳେ ୨ହଜାର ଟଙ୍କା ଛାତ୍ରବୃତ୍ତି ପ୍ରଦାନ
– ପଣ୍ଡିତମାନେ ତାଲିମ ପ୍ରଦାନ କରିବେ
– ରହିବା ଓ ଖାଇବା ପାଇଁ ସୁବିଧା ଯୋଗାଇ ଦିଆଯିବ
– ଗୁରୁକୂଳ ଶିକ୍ଷା ସହିତ ରାମାନନ୍ଦୀୟ ପରମ୍ପରା ଦିକ୍ଷା ବାଧ୍ୟତାମୂଳକ
– ଆବେଦନକାରୀ ଅଯୋଧ୍ୟାରୁ ହୋଇଥିଲେ ମିଳିତ ପ୍ରାଧାନ୍ୟ
ଅଧିକ ପଢନ୍ତୁ :RSS ମୁଖ୍ୟ କହିଲେ ଆଗକୁ ବଢୁଛି ଭାରତ