ସାରା ବିଶ୍ୱରେ ଭାରତ ଏବେ ଉନ୍ନତି କରୁଛି । ଯାହାର ପ୍ରମାଣ ଏବେ ବିଶ୍ୱ ଦେଖୁଛି । କୃଷି, ଟେକ୍ନୋଲୋଜି, ବିଜ୍ଞାନ ସବୁ କ୍ଷେତ୍ରରେ ଆଗକୁ ବଢୁଛି ଭାରତ । ତେବେ ଗତକାଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବା ଆରଏସଏସର ପ୍ରତିଷ୍ଠା ଦିବସରେ ନାଗପୁରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଭାରତର ବିକାଶ କଥା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି । ଜି ୨୦ରେ ଆଫ୍ରିକୀୟ ସଦସ୍ୟତାକୁ ସ୍ବୀକୃତି ସର୍ବ ସହମତିରେ ପାରିତ ହେବା ପ୍ରମାଣ କରୁଛି ବିଶ୍ବ ଦରବାରରେ ଭାରତର ପ୍ରତିଷ୍ଠା ବଢିଛି ।
ସେହିପରି ଏସିଆନ୍ ଗେମ୍ସରେ ଭାରତର ସଫଳତା କଥା ବର୍ଣ୍ଣନା କରିଛନ୍ତି ମୋହନ ଭଗୱତ । ସେହି କାର୍ଯ୍ୟକ୍ରମରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରବେଶ କଥା ମଧ୍ୟ କହିଛନ୍ତି । ୧୯୨୫ ପବିତ୍ର ବିଜୟା ଦଶମୀ ତିଥିରେ ଡକ୍ଟର କେଶବ ବଳିରାମ ହେଡଗେୱାର ସଂଘ ରୂପୀ ଯେଉଁ ବୀଜ ରୋପଣ କରିଥିଲେ ସେହି ବୀଜ ମହାଦ୍ରୁମରେ ପରିଣତ ହୋଇସାରିଛି ।କେତୋଟି ଛୋଟ ଛୋଟ ପିଲା ଓ ଯୁବକଙ୍କୁ ନେଇ ୯୮ ବର୍ଷ ତଳେ ମହାରାଷ୍ଟ୍ର ନାଗପୁର ସହରରେ ଆରମ୍ଭ ହୋଇଥବା ସଂଗଠନ ଆଜି ଦେଶର ଗାଁ ଗାଁରେ ପହଞ୍ଚିପାରିଛି । ଏବେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ସଂଘର ୬୦ ହଜାରରୁ ଅଧିକ ଶାଖା ସକ୍ରିୟ ଭାବେ ଚାଲୁଛି । ସାଂସ୍କୃତିକ ,କ୍ରୀଡା ,ବୈଜ୍ଞାନିକ ,ଶିକ୍ଷା, କୃଷି ଏ ସମସ୍ତ କ୍ଷେତ୍ରରେ ବିକାଶ ହେବା ପାଇଁ ଭାରତର ପ୍ରୟାସ ଜାରି ରହିଛି । ବିଶ୍ୱ ସ୍ଥରରେ ଭାରତ ଆହୁରି ଆଗକୁ ବଢିବା ବୋଲି ଆଶାକରାଯାଇଛି ।
ଅଧିକ ପଢନ୍ତୁ :ହସ୍ପିଟାଲ ସେବା ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ପ୍ରଥମ ମହିଳା ଅଧିକାରୀ