ପୁଣି ଖୋଲିଲା ରାମେଶ୍ୱରମ କାଫେ । ବିସ୍ଫୋରଣର ୮ ଦିନ ପରେ ରାମେଶ୍ୱରମ କାଫେ ଗ୍ରାହକମାନଙ୍କ ପାଇଁ ଖୋଲା ଯାଇଛି । ଗତକାଲି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ରାମେଶ୍ୱରମ କାଫେ ଉଦ୍ଘାଟନ ହୋଇଛି । ଏହି କାଫେ ଉଦ୍ଘାଟନ କାର୍ଯ୍ୟକ୍ରମରେ କୌଣସି ଅଘଟଣ ନଘଟିବା ପାଇଁ ଓ ଏହାକୁ ରୋକିବା ପାଇଁ କାଫେରେ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରାଯାଇଥିଲା । ଯାଞ୍ଚ କରାଯିବା ପରେ ଗ୍ରାହକ ମାନଙ୍କୁ ଭିତକୁ ଯିବାକୁ ଅନୁମତି ଦିଆଯାଉଛି ।
ସୂଚନା ଅନୁଯାୟୀ,ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ଦିନ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ରାମେଶ୍ୱରମ କାଫେ ଉପରକୁ ବିସ୍ଫୋରଣ ହୋଇଥିଲା । ଏହି ବିଷଫରନରେ ଅନେକ ଲୋକ ଆହତ ହୋଇଯାଇଥିଲେ । ରାମେଶ୍ୱରମ କାଫେରେ ହୋଇଥିବା ବିସ୍ଫୋରଣ ଘଟଣାରେ ବେଙ୍ଗାଲୁରୁ ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। ଏଥିସହ ଏପର୍ଯ୍ୟନ୍ତ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ତେବେ ବିସ୍ଫୋରଣର ୮ ଦିନ ପରେ ଗ୍ରାହକ ମାନଙ୍କ ପାଇଁ ପୁଣି ଖୋଲାଯାଇଥିବାରୁ । ଗ୍ରାହକମାନେ ଆନନ୍ଦିତ ଅଛନ୍ତି । ଏଥିସହ କାଫେକୁ ସୁରକ୍ଷା ଦେବାପାଇଁ ମଧ୍ୟ କଡା ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ :ଭୋପାଳ ସଚିବାଳୟରେ ଅଗ୍ନିକାଣ୍ଡ