ଆଜି ରାମ ନବମୀ ସବୁ ସ୍ଥାନରେ ବେଶ ଧୁମଧାମରେ ପାଳିତ ହଉଛି । ବିଭିନ୍ନ ଯାଗାରେ ଭିନ୍ନ ଭିନ୍ନ ଢଙ୍ଗରେ ରାମ ନବମୀ ପାଳନ କରାଯାଉଛି । ତେବେ ରାମୟଣ ଟିଭି ସୋର ରାମ ଅର୍ଥାତ ଅରୁଣ ଗୋଭିଲ ବି ରାମ ନବମୀ ଭିନ୍ନ ଢଙ୍ଗ ରେ ପାଳନ କରାଯାଇଛି । ଅରୁଣ ଗୋଭିଲ୍ ତାଙ୍କ ପତ୍ନୀଙ୍କ ସହ ଆଜି କନ୍ୟା ପୂଜନ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଅରୁଣ ଲେଖିଛନ୍ତି ଚୈତ୍ର୍ୟ ରାମ ନବମୀରେ ମେରୁଟରେ ମୁଁ ଓ ମୋ ଧର୍ମପତ୍ନୀଙ୍କୁ କନ୍ୟା ପୂଜନର ସୌଭାଗ୍ୟ ପ୍ରାପ୍ତ ହୋଇଛି । ପ୍ରଭୁ ରାମଙ୍କ ଜନ୍ମଦିବସ ଓ ମାତା ଦୁର୍ଗାଙ୍କ ନବମୀ ତିଥିରେ ଆଜି ସମସ୍ତଙ୍କୁ ମୋର ଶୁଭକାମନା ଓ ସମସ୍ତଙ୍କ ମଙ୍ଗଳ ଲାଗି ମୋର ପ୍ରାର୍ଥନା । ଫଟୋରେ ଦେଖିବାକୁ ମିଳୁଛି କି ଅରୁଣ କନ୍ୟାଙ୍କ ପାଦ ଧୋଇବା ସହିତ ଟୀକା ଲଗାଉଛନ୍ତି ଓ ସେମାନଙ୍କ ପାଇଁ ଖାଦ୍ୟ ବାଢିଦେଉଛନ୍ତି । ଅରୁଣଙ୍କ ଏହି କନ୍ୟା ପୂଜନ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଓ ଫ୍ୟାନ୍ସ ଜୟଶ୍ରୀରାମ କମେଣ୍ଟ ସହ ଅରୁଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଏଠାରେ ସୂଚାଇ ଦିଆଯାଇପାରେ କି ଏବେ ଅରୁଣ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ସେ ମେରୁଟରୁ ବିଜେପି ଟିକେଟରେ ନିର୍ବାଚନ ଲଢିବେ ।
ଅଧିକା ପଢନ୍ତୁ: ମଝି ଆକାଶରେ ଥାଇ ସୂର୍ଯ୍ୟ ତିଳକ ଦେଖିଲେ ପ୍ରଧାନମନ୍ତ୍ରୀ