ମହାରାଷ୍ଟ୍ର ପୁଣେର ପୋର୍ସ କାର୍ ଦୁର୍ଘଟଣା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ନିଶାଶକ୍ତ ନାବାଳକ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ପୂରା ପରିବାର। ଅଭିଯୁକ୍ତର ରକ୍ତ ନମୁନାକୁ ତାଙ୍କ ମା'ର ରକ୍ତ ନମୁନା ସହ ବଦଳା ଯାଇଥିବା ପୁଲିସ ତଦନ୍ତରୁ ଜଣାପଡିଛି।
ସୂଚନା ଅନୁଯାୟୀ, ନାବାଳକର ମା' ଶିବାନୀ ଅଗ୍ରୱାଲ ନିଜକୁ ପୁଅକୁ ବଞ୍ଚାଇବା ପାଇଁ ପୁଣେର ସେସନ୍ ଜେନେରାଲ୍ ହସ୍ପିଟାଲରେ ତାଙ୍କ ରକ୍ତ ନମୁନା ଦେଇଥିଲେ। ଏହି ନମୁନାକୁ ହିଁ ତାଙ୍କ ନାବାଳକ ଅଭିଯୁକ୍ତର ରକ୍ତ ନମୁନା ସହ ବଦଳାଇ ଦିଆଯାଇଥିଲା। ପୁଣେ ପୋର୍ସେ ଦୁର୍ଘଟଣାର ହେବ ଡିଜିଟାଲ୍ ରି-କ୍ରିଏସନ। ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ଉପକରଣ ବ୍ୟବହାର କରି ଦୁର୍ଘଟଣାର ସିନ୍ ରିକ୍ରିଏସନ୍ କରିବାକୁ ପୁଲିସ୍ ଯୋଜନା କରୁଛି।
ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ପୁଲିସ ସ୍ଥାନୀୟ ସରକାରୀ ଚିକିତ୍ସାଳୟର ଦୁଇ ଡାକ୍ତରଙ୍କୁ ଗିରଫ କରିଛି। ଏବେ ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ଡାକ୍ତରଙ୍କୁ ରକ୍ତ ନମୁନା ବଦଳାଇବା ପାଇଁ ନାବାଳକର ପରିବାର ଲୋକ ୩ ଲକ୍ଷ ଟଙ୍କା ଦେଇଥିଲେ। ଏହି ମାମଲାରେ ମୋଟ ରାଶି ମଧ୍ୟରୁ ପୁଣେ କ୍ରାଇମ ବ୍ରାଞ୍ଚ ହାଲନୋରଙ୍କ ନିକଟରୁ ୨.୫ ଲକ୍ଷ ଟଙ୍କା ଏବଂ ଟାୱାର ଅଧୀନରେ କାମ କରୁଥିବା ଘାଟକମ୍ବଲେରଙ୍କ ନିକଟରୁ ୫୦,୦୦୦ ଟଙ୍କା ଜବତ କରିଛି।ଉଭୟ ଡାକ୍ତର ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ନାବାଳକର ରକ୍ତ ନମୁନାକୁ ଡଷ୍ଟବିନ୍ରେ ଫିଙ୍ଗି ଦେଇଥିଲେ ଓ ନାବାଳକର ମାଙ୍କ ରକ୍ତ ନମୁନା ଦେଇଥିଲେ।
ଅଧିକ ପଢନ୍ତୁ : ସମ୍ବଲପୁର ରେଳଷ୍ଟେସନ ଠାରେ ଗଞ୍ଜେଇ ସହ ଜଣେ ଅଭିଯୁକ୍ତକୁ