ରାତି ଅଧରେ କାଶୀ ରାସ୍ତା ନୀରିକ୍ଷଣ କଲେ ପ୍ରଧାନମନ୍ତ୍ରୀ । କାଶୀ ରାସ୍ତା ନୀରିକ୍ଷଣ କରିବାକୁ ପ୍ରଧାନ ମନ୍ତ୍ରୀଙ୍କ ସାଙ୍ଗରେ ଯୋଗ ଦେଲେ ଯୋଗୀ ଆଦିତ୍ୟନାଥ । ଗୁରୁବାର ଦିନ ବିଳମ୍ବିତ ରାତିରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ପହଞ୍ଚିଥିଲେ । ଏହାପରେ ଉଦ୍ଘାଟିତ ହୋଇଥିବା ଶିବପୁର-ଫୁଲୱରିଆ-ଲାହାର୍ଟରା ରାସ୍ତାର ଯାଞ୍ଚ କରିଛନ୍ତି। ରାତି ପ୍ରାୟ ୧୧ ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ରାସ୍ତା ନୀରିକ୍ଷଣ କରିଥିଲେ ।
ଏହି ରାସ୍ତାକୁ ୩୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ଯାହାଫଳରେ ଲୋକମାନଙ୍କ ଗମନ ଗମନରେ ସୁବିଧା ହୋଇପାରୁଛି । ଏପରିକି ପୂର୍ବ ଭଳି ଟ୍ରାଫିକ୍ ଭିଡ଼ କମିଯାଇଛି । ବାରାଣସୀରେ ବାସକରୁଥିବା ଲୋକମାନଙ୍କ ଜୀବନକୁ ସହଜ କରିବା ଉଦ୍ଦେଶ୍ୟରେ କରାଯାଇଥିବା ପ୍ରକଳ୍ପରେ ରେଳବାଇ ଏବଂ ପ୍ରତିରକ୍ଷା ସମେତ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟ ମଧ୍ୟ ଜଡିତ ଅଛି । ଏଥିସହ ନରେନ୍ଦ୍ର ମୋଦି ଆହୁରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ।
ଅଧିକ ପଢନ୍ତୁ :ଜୟା କିଶୋରୀଙ୍କୁ ମିଳିଲା ମାରିଦେବାର ଧମକ